Report Card Odisha

| Daily Odia News

ସ୍ୱାତୀ ମାଲିଓ୍ୱାଳଙ୍କ ମାର୍‌ପିଟ୍‌ ମାମଲାରେ ଯାଞ୍ଚ କରିବ SIT….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମୁଖ୍ୟମନ୍ତ୍ରୀଙ୍କ ଘରେ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିଓ୍ୱାଳଙ୍କୁ ମାର୍‌ପିଟ୍‌ ମାମଲାରେ ଦିନକୁ ଦିନ ନୂଆ ଅପଡେଟ୍‌ ସାମ୍ନାକୁ ଆସୁଛି। ଏହି ମାମଲାର ଏବେ ତଦନ୍ତ କରିବା ପାଇଁ ଦିଲ୍ଲୀ ପୋଲିସ ସ୍ୱତନ୍ତ୍ର ଟିମ୍‌ ଗଠନ୍‌ କରିଛି। ଏସ୍‌ଆଇଟ୍‌ ଏହି ପୂରା ମାମଲାର ଏବେ ଯାଞ୍ଚ କରିବ। ଦିଲ୍ଲୀ ଉତ୍ତର ଜିଲ୍ଲାର ଅତିରିକ୍ତ ଡିସିପି ଅଞ୍ଜିଥା ଚିପିୟାଲାଙ୍କ ନେତୃତ୍ୱରେ ଏସଆଇଟି ଟିମ ଗଠନ କରାଯାଇଛି। ଏହି ମାମଲାର ସେ ନେତୃତ୍ୱ ନେବେ। ଏହା ବ୍ୟତୀତ ତିନିଜଣ ଇନ୍ସପେକ୍ଟର ରାଙ୍କର ଅଧିକାରୀ ମଧ୍ୟ ଏହି ଏସଆଇଟି ଟିମ୍‌ରେ ସାମିଲ ଅଛନ୍ତି। ଆଜି ଏସ୍‌ଆଇଟି ଗଠନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପିଏସ୍‌ ତଥା ଏହି ସ୍ୱାତୀଙ୍କ ସହ କଥିତ ରୂପେ ମାର୍‌ପିଟ୍‌ କରିଥିବା ବିଭବ କୁମାରଙ୍କୁ ପଚରା ଉଚରା କରିଛି ଟିମ୍‌। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ଅନ୍ୟ କର୍ମଚାରୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି।

Breaking News