ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅନେକ ଲୋକ ଭୂତ-ପ୍ରେତ ଅଛନ୍ତି ବୋଲି ବିଶ୍ଵାସ କରୁଥିବାବେଳେ କିଛି ଲୋକ ଏହାକୁ ସମ୍ପୂର୍ଣ୍ଣ ରୂପେ ଅସ୍ୱୀକାର କରନ୍ତି। ଏବେ ବି ଗ୍ରାମାଞ୍ଚଳରେ ଏହା ଉପରେ ଅନେକ ବିତର୍କ ହୁଏ ଏବଂ ଗ୍ରାମବାସୀ ଏହାର ପ୍ରମାଣ ମଧ୍ୟ ଦିଅନ୍ତି | କିନ୍ତୁ ବିଜ୍ଞାନ ଭୂତ-ପ୍ରେତଙ୍କ ଉପରେ ବିଶ୍ଵାସ କରେ ନାହିଁ। ତେବେ ବେଳେବେଳେ କିଛି ଭିଡିଓ ସାମ୍ନାକୁ ଆସେ, ଯାହା ଆଶ୍ଚର୍ଯ୍ୟ କରିଦିଏ। ଠିକ୍ ସେମିତି ଏକ ଭିଡିଓ ଦେଖିବାକୁ ମିଳିଛି, ଯାହାକୁ ନେଇ ଲୋକେ ଦାବି କରୁଛନ୍ତି ଯେ ଏହା ଆଉ କିଛି ନୁହେଁ ବରଂ ଭୂତ। ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଚଳନ୍ତା ଟ୍ରେନ୍ରେ ଦୁଇ ଜଣ ଝିଅଙ୍କ ଦେହରେ ଭୂତ ଲାଗୁଛି। ଭୂତ ଏମିତି ଆକ୍ରମଣ କରୁଛି ଯେ, ପାଖରେ ଥିବା ଲୋକେ ଏହା ଦେଖି ଚକିତ ହୋଇଯାଉଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଦୁଇ ଜଣ ଯାକ ଝିଅ ନିଜ ନିୟନ୍ତ୍ରଣରେ ନାହାନ୍ତି। ଜଣେ ଝିଅ ଖୁବ୍ ଜୋର୍ରେ ତାଙ୍କ ମୁଣ୍ଡ ହଲାଉଛନ୍ତି ଏବଂ ଅନ୍ୟ ଜଣକ କାର୍ଯ୍ୟକଳାପ ମଧ୍ୟ ଠିକ୍ ସେମିତି ହିଁ କିଛି ରହିଛି। ଏହି ଦୃଶ୍ୟ ଦେଖି ଟ୍ରେନରେ ଉପସ୍ଥିତ ଥିବା ସମସ୍ତ ଯାତ୍ରୀ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ଯେ ଏସବୁ କ’ଣ ଘଟୁଛି| ତେବେ ଏହି ଭିଡିଓରେ କେତେ ସତ୍ୟତା ଅଛି ସେନେଇ କୌଣସି ସୂଚନା ନାହିଁ।






More Stories
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନ ନିକଟରେ କଂଗ୍ରେସର ପ୍ରତିବାଦ….
ପେପର ଲିକ୍ କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ…..
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….