Report Card Odisha

| Daily Odia News

ମଝି ଆକାଶରେ ଦୋହଲିଲା ବିମାନ, ଜଣେ ଯାତ୍ରୀ ମୃତ, ୩୦ ଆହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲଣ୍ଡନରୁ ସିଙ୍ଗାପୁର ଅଭିମୁଖେ ଯାଉଥିବା ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନ ଆକାଶରେ ଥିବାବେଳେ ସେଥିରେ ଅସ୍ଥିରତା ଦେଖାଦେଇଥିଲା । ଏହି ଏୟାର ଟର୍ବୁଲାନ୍ସ ଯୋଗୁଁ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା କୁହାଯାଉଛି। ଏହାପରେ ବିମାନଟିକୁ ବ୍ୟାଙ୍କକରେ ଜରୁରୀ କାଳୀନ ଅବତରଣ କରିବାକୁ ପଡ଼ିଥିଲା। ବିବିସି ରିପୋର୍ଟ ଅନୁଯାୟୀ, ବିମାନରେ ୨୧୧ ଜଣ ଯାତ୍ରୀ ଓ ୧୮ ଜଣ କ୍ରୁ ମେମ୍ବର ଥିଲେ। ବିମାନଟି ବ୍ୟାଙ୍କକରେ ଅବତରଣ କରିବା ପରେ ଆହତମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଗୋଟିଏ ବିମାନ ଆକାଶରେ ଉଡ଼ୁଥିବାବେଳେ ତାହାର ଡେଣାରେ ଅନିୟନ୍ତ୍ରିତଭାବେ ପବନ ମାଡ଼ ହେଲେ ବିମାନରେ ଏୟାର ଟର୍ବୁଲାନ୍ସ ହୋଇଥାଏ । ଏହି କାରଣରୁ ବିମାନଟି ନିର୍ଦ୍ଧାରିତ ଉଚ୍ଚତାରୁ ଉପରକୁ ଓ ତଳକୁ ଗତି କରିବା ଆରମ୍ଭ କରିଦିଏ, ଯାହା ଫଳରେ ଯାତ୍ରୀମାନେ ଆତଙ୍କିତ ହେବା ଆରମ୍ଭ କରିଦିଅନ୍ତି । ଏହି ଅସ୍ଥିରତା ପାଣିପାଗ ସହିତ ମଧ୍ୟ ଜଡିତ ହୋଇପାରେ । ଆକାଶରେ କଳାବାଦଲ ରହିବା ସହ ବଜ୍ରପାତ ସମୟରେ ବି ବିମାନରେ ଏୟାର ଟର୍ବୁଲାନ୍ସ ହୋଇଥାଏ । ଏହି ଘଟଣା ସଂପର୍କରେ ସିଂଗାପୁର ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ ଆହତ ଯାତ୍ରୀମାନଙ୍କ ଯଥା ସମ୍ଭବ ସହାୟତା ପ୍ରଦାନ କରାଯାଉଛି । ଆବଶ୍ୟକପଡ଼ିଲେ ଏକ କମ୍ପାନିର ଏକ ଟିମ ବ୍ୟାଙ୍କକ୍ ଯିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି କମ୍ପାନି କହିଛି ।

Breaking News