ରିପୋର୍ଟ କାର୍ଡ / ଭୁବନେଶ୍ବର
ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସୁଛନ୍ତି ବିଜେପି ନେତା ତଥା ରାମାୟଣ ସିରିଏଲର ରାମ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ୍। ସେ ବିଜେପି ନେତାଙ୍କ ପାଇଁ ଭୋଟ୍ ମାଗିବେ। ସେ ଚମ୍ପୁଆ, ତେଲକୋଇ, ଢେଙ୍କାନାଳ ଓ ବାଲିପାଟଣାରେ ସଭାରେ ଯୋଗଦେବେ। ସେହିଭଳି ଆସନ୍ତାକାଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ୟ ଓଡ଼ିଶା ଆସୁଛନ୍ତି। ଚିଲିକା ଓ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରର ସାଲେପୁର କୁଳିଆରେ ଜନସଭା କରିବେ ଯୋଗୀ ଆଦିତ୍ୟନାଥ। ସକାଳ ୧୦ଟା ସମୟରେ ଯୋଗୀଙ୍କ ସହ ଏହି ସଭାରେ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ମାହାଙ୍ଗା ବିଧାୟକ ପ୍ରାର୍ଥୀ ସୁମନ୍ତ କୁମାର ଘଡେଇ ଓ ସାଲେପୁର ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..