ରିପୋର୍ଟ କାର୍ଡ / ପିପିଲି
ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ଗୋଟେ ଦିନ ଥିବାବେଳେ ପିପିଲିରେ ରାଜନୈତିକ ହିଂସା ଦେଖିବାକୁ ମଳିଛି। ପିପିଲି ବ୍ଲକ ସହଜପୁର ପଞ୍ଚାୟତ ସୁବଦ୍ଧିପଡ଼ାରେ ବିଜେଡି କର୍ମୀଙ୍କ ଆକ୍ରମଣରେ ମଙ୍ଗଳପୁର ପାଞ୍ଚୟତର ସମିତିସଭ୍ୟ ଗଦାଧର ପରିଡ଼ାଙ୍କ ସମେତ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ୨ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମିତି ସଭ୍ୟଙ୍କ ଗୋଡ଼ ଭାଙ୍ଗିଥିଲା ବେଳେ ଅନ୍ୟ ୨ ଜଣଙ୍କର ମୁଣ୍ଡ, ହାତରେ ଆଘାତ ଲାଗିଛି।ଗତକାଲି ସମିତିସଭ୍ୟ ଗଦାଧରଙ୍କ ସମେତ ଅନ୍ୟ କର୍ମୀମାନେ ବାଇକ ଯୋଗେ ସହଜପୁର ପଞ୍ଚାୟତର ସୁବୁଦ୍ଧିପଡା ଦେଇ ଯାଉଥଲେ। ଏହି ସମୟରେ ବିଜେଡିର ସ୍ଥାନୀୟ ନେତା ଓ ତାଙ୍କର ସମର୍ଥକମାନେ ଗଦାଧର ଓ ୨କର୍ମୀଙ୍କୁ ଗୋଡାଇ ଗୋଡାଇ ମରଣାନ୍ତକ ଆକ୍ରମଣ କରିଥିଲେ। ଗଦାଧର ଓ ୨ କର୍ମୀଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରଯାଇଛି। ଗତକାଲିର ଏହି ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗତକାଲି ରାତିରେ ପିପିଲି ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସହ ବିଜେପି କର୍ମୀ ପିପିଲି ଥାନା ଘେରାଉ କରିଥିଲେ।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……