Report Card Odisha

| Daily Odia News

କେଦାରନାଥ ଯିବା ବେଳେ ଖସି ପଡ଼ିଲା ହେଲିକପ୍ଟର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏମରଜେନ୍ସି ଲ୍ୟାଣ୍ଡି ବେଳେ ଖାତରେ ଖସି ପଡ଼ିଲା ହେଲିକପ୍ଟର। ଉକ୍ତ ସମୟରେ ହେଲିକପ୍ଟରରେ ଜଣେ ପାଇଲଟଙ୍କ ସମେତ ୬ ଯାତ୍ରୀ ଥିଲେ। ମାତ୍ର ସୌଭାଗ୍ୟବଶଃତ ସମସ୍ତେ ସୁରକ୍ଷିତ ଥିବା ଜଣାଯାଇଛି। କେଦାରନାଥ ଧାମକୁ କିଛି ଯାତ୍ରୀ ହେଲିକପ୍ଟରରେ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ହେଲିପ୍ୟାଡର ୧୦୦ ମିଟର ଦୁରରେ ଏଭଳି ଅଘଟଣ ଘଟିଛି। ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ପାଇଲଟ ହେଲିକେପ୍ଟରଟିକୁ କେଦାରନାଥରେ ଏମରଜେନ୍ସି ଲ୍ୟାଣ୍ଡିଂ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ତାହା ହେଲିପ୍ୟାଡରେ ଲ୍ୟାଣ୍ଡ କରି ନ ପାରି ତା’ ନିକଟରେ ଥିବା ଏକ ଖାତରେ ଖସିପଡିଥିଲା । ଆଖପାଖରେ ଥିବା ଲୋକେ ଭୟଭିତ ହୋଇ ଦୌଡା ଦୌଡି ଆରମ୍ଭ କରିଥିଲେ। ତୁରନ୍ତ ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ସମସ୍ତେ ସୁରକ୍ଷିତ ଥିବା ଜଣାଯାଇଛି। ଗତ ୧୦ ତାରିଖରୁ ଚାରିଧାମ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଲକ୍ଷାଧୀକ ଶ୍ରଦ୍ଧାଳୁଙଘ୍କ ସୁଅ ଛୁଟୁଛି। ବହୁ ଯାତ୍ରୀ ହେଲିକପ୍ଟର ସାହାଯ୍ୟରେ ଦର୍ଶନ ନିମନ୍ତେ ଯାଉଛନ୍ତି।

Breaking News