Report Card Odisha

| Daily Odia News

ଇସିଙ୍କ କାମରେ ହସ୍ତକ୍ଷେପ କରିବେ ନାହିଁ ସୁପ୍ରିମକୋର୍ଟ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମତଦାନ ହାର ତଥ୍ୟ ପ୍ରକାଶ ସଂକ୍ରାନ୍ତ ବିବାଦକୁ ନେଇ ଆଗତ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ହାତ ଟେକି ଦେଇଛନ୍ତି। ବର୍ତ୍ତମାନ ସମୟରେ ଭାରତ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରି ନିର୍ବାଚନ କାର୍ଯ୍ୟରେ ବାଧା ଦେବେ ନାହିଁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ କହିଛନ୍ତି। ଏହା ସହିତ ବୁଥୱାରି ମତଦାନ ହାର ପ୍ରକାଶ କରିବା ଏବଂ ୧୭ସି ଫର୍ମର ତଥ୍ୟକୁ ଇସିଙ୍କ ୱେବସାଇଟ୍‌‌ରେ ଅପଲୋଡ୍‌‌ କରି ସାର୍ବଜନିନ କରିବା ପାଇଁ ହୋଇଥିବା ଆବେଦନକୁ କୋର୍ଟ ସ୍ଥଗିତ ରଖିଛନ୍ତି। ସୂଚନାଯୋଗ୍ୟ, ମତଦାନର ୪୮ ଘଣ୍ଟା ଭିତରେ ମତଦାନ ହାର ଏବଂ ୧୭ସି ଫର୍ମ ତଥ୍ୟ ୱେବସାଇଟ୍‌‌ରେ ଅପଲୋଡ୍‌‌ କରିବା ଲାଗି ଇସିଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସୁପ୍ରିମକୋର୍ଟରେ ଏକାଧିକ ପିଟିସନ ଦାୟର ହୋଇଥିଲା। ଶୁକ୍ରବାର କୋର୍ଟ ଏହାର ଶୁଣାଣି କରି ଇସିଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି। ମାମଲାର ଶୁଣାଣି ସମୟରେ ଇସିଆଇ ତରଫରୁ ବରିଷ୍ଠ ଆଡ୍‌‌ଭୋକେଟ ମନିନ୍ଦର ସିଂହ ଯୁକ୍ତି ବାଢ଼ିଥିଲେ ଯେ, ଇଲେକ୍ଟ୍ରୋନିକ୍‌‌ ଭୋଟିଂ ମେଶିନ (ଇଭିଏମ)ଗୁଡ଼ିକୁ ନେଇ ବିବାଦ ବଢ଼଼ାଇବା ଉଦ୍ଦେଶ୍ୟ ରଖି ଏପରି ପିଟିସନ ଦାଖଲ କରାଯାଇଛି। ସୁପ୍ରିମକୋର୍ଟ ବାରମ୍ବାର ଇଭିଏମର ବିଶ୍ୱସନୀୟତା ବିଧିସିଦ୍ଧ ବୋଲି କହିବା ପରେ ମଧ୍ୟ ଏପରି ଅପପ୍ରୟାସ କରାଯାଉଛି। ଏହାଦ୍ୱାରା ଭୋଟରମାନଙ୍କ ମଧ୍ୟରେ ସନ୍ଦେହର ମଞ୍ଜି ବୁଣାଯାଉଛି, ଯାହାଫଳରେ ପରବର୍ତ୍ତୀ ପର୍ଯ୍ୟାୟଗୁଡ଼ିକରେ ମତଦାନ ହାର ହ୍ରାସ ପାଇବାର ଆଶଙ୍କା ରହିଛି।

Breaking News