ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ ଅନୁଷ୍ଠି ହୋଇଛି | ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଅଟୋରେ ଆସି ଭୋଟ ଦେଇଛନ୍ତି । ପାଣ୍ଡିଆନ୍ ଭୁବନେଶ୍ୱର ୟୁନିଟ୍-୬ର ୪୪ ନମ୍ବର ବୁଥରେ ପହଂଚି ଲମ୍ବା ଲାଇନରେ ଯାଇ ମତଦାନ ସାବ୍ୟସ୍ତ କରିଛନ୍ତି । ଭୋଟ ଦେବା ପରେ ପ୍ରତିକ୍ରିୟା ଦେଇ ପାଣ୍ଡିଆନ କହିଛନ୍ତି ଯେ ସମସ୍ତେ ଆସି ବହୁ ସଂଖ୍ୟାରେ ଭୋଟ ଦିଅନ୍ତୁ ଏବଂ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୁଅନ୍ତୁ। ଅଟୋ ଚାଳକ ସଂଘର ଅନୁରୋଧ ରକ୍ଷା କରି ଅଟୋରେ ଭୋଟ ଦେବାକୁ ଯାଇଥିଲେ କାର୍ତ୍ତିକ ପାଣ୍ଡିଆନ୍। ସୁଜାତା ପାଣ୍ଡିଆନ ମଧ୍ୟ ୪୪ ନମ୍ବର ବୁଥରେ ମତାଧିକାର ସାବ୍ୟସ୍ତ କରିଥିଲେ।






More Stories
ଯିଏ ଶୃଙ୍ଖଳା ଭାଙ୍ଗିବ କାର୍ଯ୍ୟାନୁଷ୍ଠାନ……
ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି ଦିଆଯିବ…..
ସକାଳୁଆ ସ୍କୁଲ…..