ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ ହେଉଛି। ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ଭୋଟିଂ ଜାରିରହିଛି । ଉତ୍ତରପ୍ରଦେଶ, ହରିୟାଣା, ପଶ୍ଚିମବଙ୍ଗ, ବିହାର, ଦିଲ୍ଲୀ, ଓଡ଼ିଶା, ଝାରଖଣ୍ଡ, ଜମ୍ମୁ-କଶ୍ମୀରରେ ମତଦାନ ହେଉଛି । ଭୋଟିଂ ପ୍ରକ୍ରିୟା ସନ୍ଧ୍ୟା ୬ଟା ଯାଏଁ ଚାଲିବ। ସୁରକ୍ଷାକୁ ଦୃଷ୍ଟିରେ ରଖି ବୁଥ୍ ଉପରେ ସିସିଟିଭି କ୍ୟାମେରା ଲଗାଯାଇଛି। ୫୮ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଚାଲିଛି ମତଦାନ। ୧୧ କୋଟି ୧୩ ଲକ୍ଷ ଭୋଟର ସେମାନଙ୍କର ମତସାବ୍ୟସ୍ତ କରିବେ। ଉତ୍ତରପ୍ରଦେଶ ସୁଲତାନପୁରରୁ ବିଜେପି ପ୍ରାର୍ଥୀ ମାନେକା ଗାନ୍ଧି, ବିଜେପିର ନୂଆଦିଲ୍ଲୀ ଲୋକସଭା ପ୍ରାର୍ଥୀ ବାଂଶୁରୀ ସ୍ୱରାଜଙ୍କର ଭାଗ୍ୟ ପରୀକ୍ଷା ହେଉଛି। ନୂଆଦିଲ୍ଲୀରୁ ଆମ ଆଦମୀ ପାର୍ଟି ପ୍ରାର୍ଥୀ ସୋମନାଥ ଭାରତୀ, ଦକ୍ଷିଣ ଦିଲ୍ଲୀରୁ ବିଜେପିରୁ ମନୋଜ ତିୱାରୀଙ୍କ ମଧ୍ୟ ଏହି ପର୍ଯ୍ୟାୟରେ ଭାଗ୍ୟ ନିର୍ଦ୍ଧାରଣ ହେବ। ଦକ୍ଷିଣ ଦିଲ୍ଲୀରୁ କଂଗ୍ରେସର କହ୍ନୈୟା କୁମାର, ଉତ୍ତରପ୍ରଦେଶ ଆଜମଗଡରୁ ସମାଜବାଦୀ ପାର୍ଟିର ଧର୍ମେନ୍ଦ୍ର ଯାଦବ, ଜମ୍ମୁ ଓ କଶ୍ମୀରର ଅନନ୍ତନାଗ-ରାଜୌରୀରୁ ପିଡିପି ସଭାପତି ମେହବୁବା ମୁଫତି ମଧ୍ୟ ମଇଦାନରେ ଅଛନ୍ତି। ସେହିପରି ପଶ୍ଚିମବଙ୍ଗ ତାମଲୁକ ଆସନରୁ ବିଜେପି ପ୍ରାର୍ଥୀ ଅଭିଜିତ ଗଙ୍ଗୋପଧ୍ୟାୟ, ହରିୟାଣା କର୍ଣ୍ଣଲ ଆସନରୁ ବିଜେପି ପକ୍ଷରୁ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର, ଗୁରଗ୍ରାମରୁ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂହଙ୍କ ଭାଗ୍ୟ ପରୀକ୍ଷା ହେବ। ଏହି ପର୍ଯ୍ୟାୟରେ କୁରୁକ୍ଷେତ୍ର ଆସନରୁ ବିଜେପି ପ୍ରାର୍ଥୀ ନବୀନ ଜିନ୍ଦଲ ଓ ବିହାର ପୁରଭିରୁ ବିଜେପି ପ୍ରାର୍ଥୀ ରାଧାମୋହନ ସିଂହଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର।





More Stories
ମଣିପୁରରେ ସାନି ହିଂସା…..
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..