Report Card Odisha

| Daily Odia News

ଭୋଟ ଦେଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ୬ଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଶନିବାର ଭୋଟଦାନ ଜାରି ରହିଥିବାବେଳେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ନିଜର ମତଦାନ କରିଛନ୍ତି। ସେ ଦିଲ୍ଲୀର ଏକ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଇଥିବା ଦେଖିବାକୁ ମିଳିଛି। ସେହିପରି ଉପରାଷ୍ଟ୍ରପତି ଜଗଦୀପ ଧନଖଡ ମଧ୍ୟ ଭୋଟ ଦେଇଛନ୍ତି। ସେ ତାଙ୍କ ପତ୍ନୀ ସୁଦେଶ ଧନଖଡଙ୍କ ସହିତ ଦିଲ୍ଲୀର ଏକ ବୁଥରେ ମତଦାନ କରିଛନ୍ତି। ଉପରାଷ୍ଟ୍ରପତି ଧନଖଡ ଏହି ଅବସରରେ ଗଣମାଧ୍ୟମକୁ କହିଛନ୍ତି ଯେ, ଭାରତ ବିଶ୍ୱର ସବୁଠୁ ଜ୍ୱଳନ୍ତ, ସକ୍ରିୟ ଏବଂ ପ୍ରଭାବଶାଳୀ ଗଣତନ୍ତ୍ର। ମତଦାନ ଆମର ଦାୟିତ୍ୱ ଅଟେ ଏବଂ ଆମ ଶକ୍ତି ବି। ତେଣୁ ସମସ୍ତେ ମତଦାନ କରିବା ଉଚିତ।

Breaking News