ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାରୁଦ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣଘଟି ୧୦ ରୁ ୧୨ ଜଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି। ଛିତିଶଗଡର ବେମେତରା ଜିଲ୍ଲାରେ ଘଟିଛି ଏଭଳି କିଛି ଦୁର୍ଘଟଣା।ସୂଚନା ମୁତାବକ, ଆଜି ସକାଳୁ ଛତିଶଗଡ ବେମେତରା ଜିଲ୍ଲାର ପିରଦା ଗାଁରେ ଏକ ବାରୁଦ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇଥିଲା। ଏଥିରେ ୧୦ରୁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିପରି ଅନେକ ଲୋକେ ଆହତ ହୋଇଛନ୍ତି। ବିସ୍ଫୋରଣ ସମୟରେ କାରଖାନା ଆଖପାଖରେ ଲୋକଙ୍କ ଭିଡ ଜମିଥିଲା। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନେକ ଲୋକେ ମାଟି ତଳେ ଦବି ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ସେପଟେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, କାରଖାନା ଭିତରେ ୨୦ ଫୁଟ ଗଭୀରର ଏକ ଗାତ ସୃଷ୍ଟି ହୋଇଯାଇଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ଫ୍ୟାକ୍ଟ୍ରି ଆଖପାଖରେ ଥିବା ଅନେକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବିସ୍ଫୋରଣ ଯୋଗୁ ମୃତଦେହ ଗୁଡିକ ଖଣ୍ଡବିଖଣ୍ଡିତ ହୋଇ ଚାରିଆଡେ ବିଛାଡି ହୋଇ ପଡିଛି। ତେଣୁ ମୃତକଙ୍କୁ ଚିହ୍ନଟ କରିବା ମୁସ୍କିଲ୍ ହୋଇପଡିଛି। ସେପଟେ ବିସ୍ଫୋରଣ ଯୋଗୁ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଖବର ପାଇ ଜିଲ୍ଲା ପ୍ରଶାସନର ଏକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ତେବେ କେଉଁ କାରଣ ଯୋଗୁ ଏହି ବାରୁଦ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହେଲା ସେ ନେଇ କୌଣସି ସୂଚନା ମିଳିପାରି ନାହିଁ।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……