ରିପୋର୍ଟ କାର୍ଡ / ମାଲକାନଗିରି
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଗର୍ଜିଛନ୍ତି ନକ୍ସଲ। ଚଳିତ ମାସ ୨୬ ତାରିଖ ଦିନ ବନ୍ଦ ଡାକରା ଦେଇଛନ୍ତି । ବନ୍ଦକୁ ପାଳନ କରିବାକୁ ବହୁ ସ୍ଥନରେ ପୋଷ୍ଟର ଏବଂ ବ୍ୟାନର ମାରି ଲୋକଙ୍କୁ ସମର୍ଥନ କରିବାକୁ ଆହ୍ବାନ ଦେଇଛନ୍ତି। କୋରପୋରେଟରମାନଙ୍କୁ ସୁବିଧା ପହଞ୍ଚାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଏ ଅଂଚଳର ଜଳ, ଜଂଗଲ ଓ ଜମିକୁ ଅକ୍ତିଆର କଲେଣି। ଏଥିସହ ନରେନ୍ଦ୍ର ମୋଦୀ, ଅମିତ ସାହା ଏବଂ ବିଷ୍ଣୁଦେବ ସାଏଙ୍କ ବିରୋଧରେ ସ୍ବରତ୍ତୋଳନ କରିଛନ୍ତି। ଏମାନେ ହିଁ କୋରପୋରେଟିକରଣ ଏବଂ ସୈନିକରଣ କରୁଛନ୍ତି ବୋଲି ନକ୍ସଲ ଅଭିଯୋଗ କରିଛନ୍ତି। ଜଳ, ଜଂଗଲ, ଜମି, ଅଧିକାର ଓ ପରିବେଶକୁ ବଞ୍ଚାଇବା ପାଇଁ ଲଢେଇ ଜାରି ରହିବ। ବସ୍ତରରେ ଲଗାତାର ଚାଲିଥିବା ନହସଂହାର ଓ ହତ୍ୟାକାଣ୍ଡକୁ ବିରୋଧ କରିବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଛନ୍ତି।ତେବେ ବନ୍ଦ ପୂର୍ବରୁ ସୁକମା ଏବଂ ଦନ୍ତେଵାଡା ଜିଲ୍ଲାର ବହୁ ସ୍ଥାନରେ ରାସ୍ତା କାଟି ଦେଇଛନ୍ତି ନକ୍ସଲ। ଏଥିସହ ସୁକମାର ଭେଜ୍ଜି ଠାରେ ପୋଲିସ ଉପରେ ଗୁଳି ଚଳାଇଛନ୍ତି ନକ୍ସଲ। ଏଠାରେ ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଚାଲିଛି। ସେହିପରି ବିଜାପୁରରେ ମଧ୍ୟ ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନମୟ ଚାଲିଛି। ବିଜାପୁର ଜିଲ୍ଲାର ପିଡିଆରେ ପୋଲିସ ନକ୍ସଲ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୧୨ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ଏଥିରେ ଦଶ ଜଣ ଗ୍ରାମବାସୀ ବୋଲି ନକ୍ସଲ କହିବା ସହ ଏହି ବନ୍ଦ ଡାକରା ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ବିରୋଧୀ ବୋଲି ବ୍ୟାନର ଓ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି। ଜନଯୁଦ୍ଧକୁ ତୀବ୍ରତର କରିବାକୁ ନକ୍ସଲ ଆହ୍ବାନ ଦେଇଛନ୍ତି। ପୋଲିସ ତରଫରୁ ବନ୍ଦକୁ ନେଇ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।






More Stories
ସଚିବଙ୍କୁ ଛୁଟି ମନା…..
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..