Report Card Odisha

| Daily Odia News

ମତଦାନ ତଥ୍ୟ ହେଲା ସାର୍ବଜନନୀନ,ପୋର୍ଟାଲରେ ଦେଖିପାରିବେ କେତେ ଭୋଟ୍…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଶେଷ ହୋଇଥିବା ସମସ୍ତ ପାଞ୍ଚଟି ପର୍ଯ୍ୟାୟରେ କେତେ ଭୋଟ୍ ଦିଆଯାଇଛି ତାହା ସାର୍ବଜନୀନ କରାଯାଇଛି। ଭୋଟିଂର ୪୮ ଘଣ୍ଟା ମଧ୍ୟରେ ଭୋଟ୍ ତଥ୍ୟ ସାର୍ବଜନୀନ କରିବାକୁ ହୋଇଥିବା ଆବେଦନର ଶୁଣାଣିକୁ ସୁପ୍ରିମ କୋର୍ଟ ସ୍ଥଗିତ ରଖିବାର ଗୋଟିଏ ଦିନ ପରେ ଏହି ତଥ୍ୟ ପ୍ରକାଶ କରିଛନ୍ତି ନିର୍ବାଚନ ଆୟୋଗ। ନିର୍ବାଚନ ଆୟୋଗ କହିଛନ୍ତି ଯେ, ଭୋଟ୍ ଗଣନାରେ କେହି ଟାମ୍ପରିଂ କରିପାରିବେ ନାହିଁ। ଖଣ୍ଡିଏ ଖଣ୍ଡିଏ ଭୋଟର ହିସାବ ରହିଛି। ଫର୍ମ ୧୭C ମାଧ୍ୟମରେ ନିର୍ବାଚନ ଦିନ ସମସ୍ତ ପ୍ରାର୍ଥୀଙ୍କ ମତଦାନ ଏଜେଣ୍ଟମାନଙ୍କ ସହ ଶେଆର କରାଯାଇଥିବା ଭୋଟ୍ ସଂଖ୍ୟାକୁ କେହି ପରିବର୍ତ୍ତନ କରିପାରିବେ ନାହିଁ। କେତେ ଭୋଟ୍ ପଡିଛି ଜାଣିବାକୁ ଚାହୁଁଥିଲେ, ଭୋଟର ଟର୍ନଆଉଟ୍ ଆପ୍ ଜରିଆରେ ପ୍ରାର୍ଥୀ ଏବଂ ନାଗରିକ ସମସ୍ତ ତଥ୍ୟ ଜାଣିପାରିବେ, ଯାହା ୨୪ଘଣ୍ଟା ଉପଲବ୍ଧ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ହୋଇଥିବା ପ୍ରେସ ନୋଟରେ କୁହାଯାଇଛି ଯେ, ଭୋଟ୍ ତଥ୍ୟ ପ୍ରକାଶ କରିବା ପ୍ରକ୍ରିୟାରେ ସୁପ୍ରିମ କୋର୍ଟ ଦେଇଥିବା ମନ୍ତବ୍ୟକୁ ଆୟୋଗ ଗୁରୁତର ସହ ନେଇଛି। କୌଣସି ବିବାଦ ବିନା ଗଣତନ୍ତ୍ରର ସେବା କରିବା ଆୟୋଗର ବଡ଼ ଦାୟିତ୍ୱ। ତେଣୁ ମତଦାନ ତଥ୍ୟକୁ ସାର୍ବଜନୀନ କରାଯାଇଛି।

Breaking News