ରିପୋର୍ଟ କାର୍ଡ / ଭୁବନେଶ୍ବର
ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଆଉ ଯୁକ୍ତ ଦୁଇରେ ଝିଅଙ୍କ ପାସ୍ ହାର ଅଧିକ ରହିଛି | ଏଥର ମୋଟ ୫ ଲକ୍ଷ ୪୧ ହଜାର ୬୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିବା ବେଳେ ୫ ଲକ୍ଷ ୩୦ ହଜାର ୧୫୩ ଜଣ ପାସ୍ କରିଛନ୍ତି। ୨୫୩ ଜଣ ଏମ୍ପି ହୋଇଥିବା ବେଳେ ବାକିମାନେ କୃତକାର୍ଯ୍ୟ ହୋଇପାରି ନାହାନ୍ତି। ପାସ୍ ହାର ୯୬.୦୭ % ରହିଛି। କୃତକାର୍ଯ୍ୟ ହୋଇଥିବା ୫ ଲକ୍ଷ ୩୦ ହଜାର ୧୫୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଛାତ୍ରୀଙ୍କ ସଂଖ୍ୟା ଅଧିକ ରହିଛି। ଛାତ୍ରୀଙ୍କ ପାସ୍ ହାର ୯୬.୭୩% ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୯୫.୩୯% ରହିଛି | ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟରେ ଛାତ୍ରୀ ଅଧିକ ସଫଳ ହୋଇଛନ୍ତି | କଳାରେ ପାସ୍ ହାର ୮୦.୯୫% ଥିବା ବେଳେ ବିଜ୍ଞାନର ପାସ୍ ହାର ୮୬.୯୩ % ଓ ବାଣିଜ୍ୟର ପାସ୍ ହାର ୮୨.୨୭% ରହିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ କରାଯାଇଛି । କଳାରେ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଛି। ୧,୦୪,୪୪୭ ପୁଅଙ୍କ ମଧ୍ୟରୁ ୭୫,୯୧୩ ଉତ୍ତୀର୍ଣ୍ଣ। ପୁଅଙ୍କ ପାସ୍ ହାର ୭୨.୬୮ ପ୍ରତିଶତ ରହିଛି।






More Stories
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….
ସଚିବଙ୍କୁ ଛୁଟି ମନା…..
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..