ରିପୋର୍ଟ କାର୍ଡ / ଭୁବନେଶ୍ୱର
ବରିଷ୍ଠ କଂଗ୍ରେସ ନେତା ତଥା ଭଣ୍ଡାରୀପୋଖରୀ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ଅଫିସରେ ଆଇଟି ରେଡ୍ ହୋଇଛି। ଟାଉନ ଥାନା ମୋଟେଲ ଛକରେ ଥିବା ନିର୍ବାଚନୀ ଅଫିସରେ ଗତକାଲି ଫ୍ଲାଇଂ ସ୍କ୍ବାଡ୍, ଆଇଟି ଓ ଟାଉନ ପୋଲିସ ମିଳିତ ଭାବେ ରେଡ୍ କରିଥିବା ଜଣାଯାଇଛି। ତେବେ ଚଢ଼ାଉ ବେଳେ କ’ଣ ଜବତ ହୋଇଛି ସେନେଇ କୌଣସି ସୂଚନା ମଳିନାହିଁ। ତେବେ ଏହି ରେଡ୍ ସମୟରେ ବିଜେଡି କର୍ମୀ କଂଗ୍ରେସ ଅଫିସ୍ ବାହାରେ ହୋହଲ୍ଲା କରିବା ଏବଂ ଆଇଟି ଓ ଫ୍ଲାଇଂ ସ୍କ୍ବାଡ୍ ଅଧିକାରୀଙ୍କୁ ଏସକର୍ଟ କରି ଆଣୁଥିବା ଅଭିଯୋଗକୁ ନେଇ ଚାପା ଉତ୍ତେଜନା ଲାଗି ରହିଥିଲା। ଏହାକୁ ବିରୋଧ କରି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କ ସହ ଶତାଧିକ କର୍ମୀ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ନିରଞ୍ଜନଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ କହିଛନ୍ତି, ଚେକିଂ କରିବାର କିଛି ଅସୁବିଧା ନାହିଁ। ଏଥିପାଇଁ ଆମେ ତାଙ୍କୁ ସ୍ୱାଗତ କରୁଛି। ହେଲେ ତାଙ୍କ ସାଙ୍ଗରେ ୧୦ରୁ ୧୫ଜଣ ବିଜଡି କର୍ମୀ କିପରି ଆସିଲେ? ଏନେଇ ଜିଲ୍ଲାପାଳ ଓ ଏସପି ନିକଟରେ ଅଭିଯୋଗ କରିଛୁ।






More Stories
୩ ରଥ ଦକ୍ଷିଣ ମୋଡ…..
ଓଡିଶାରେ କରୋନା ଆକ୍ରାନ୍ତ ଚିହ୍ନଟ…..
ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେସନ ବନ୍ଦ……