Report Card Odisha

| Daily Odia News

ଆଜି ଓଡିଶା ଆସୁଛନ୍ତି ଅମିତ୍ ଶାହା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା। ଅନ୍ତିମ ପର୍ଯ୍ୟାୟ ଲଢେଇରେ ବିଜେପି ପାଇଁ ମାରାଥନ ପ୍ରଚାର କରିବେ। ୩ଟି ଲୋକସଭା କ୍ଷେତ୍ରରେ ବିଜୟ ସଂକଳ୍ପ ସମାବେଶରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ଅମିତ୍ ଶାହା। ପ୍ରଥମେ ସେ ପୂର୍ବାହ୍ନ ୧୧ଟାରେ ଚାନ୍ଦବାଲିଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ଏହାପରେ ମଧ୍ୟାହ୍ନ ୧୨ଟା ୩୦ରେ ଯାଜପୁର କୋରେଇରେ ଜନସଭାକୁ ସମ୍ବୋଧନ କରିବେ ଶାହା। ଶେଷରେ ଅପରାହ୍ନ ୩ଟାରେ ଜଗତସିଂହପୁର ଲୋକସଭା କ୍ଷେତ୍ରର ନିମାପଡା ବାରବାଟୀ ପଡିଆରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ସାମିଲ ହେବେ । ନିର୍ବାଚନ ଭିତରେ ବିଭିନ୍ନ ପର୍ଯ୍ୟାୟ​‌ରେ ଓଡିଶାରେ ପ୍ରଚାର ବେଳେ ରାଜ୍ୟସରକାର , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନଙ୍କୁ କଡା ସମାଲୋଚନା କରିଥିଲେ। ଓଡିଶାରେ ପରିବର୍ତ୍ତନର ଆହ୍ବାନ ଦେବା ସହ ଡବଲ ଇଞ୍ଜିନ୍ ସରକାର ପାଇଁ ଭୋଟରଙ୍କୁ ଅପିଲ କରିଥିଲେ ଶାହା। ତେବେ ଆଜି ଶାହାଙ୍କ ମନ୍ତବ୍ୟ ଉପରେ ସମସ୍ତଙ୍କ ନଜର ରହିଛି।

Breaking News