ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହାଇଦ୍ରାବାଦର ବେଗମପେଟ୍ରେ ଥିବା ପ୍ରଜା ଭବନକୁ ମିଳିଛି ବିସ୍ଫୋରଣର ଧମକ। ପୂର୍ବରୁ ପ୍ରଗତି ଭବନ ଭାବେ ପରିଚିତ ଥିବା ଏହି ପ୍ରତିଷ୍ଠାନକୁ ବିସ୍ଫୋରଣରେ ଉଡ଼ାଇ ଦିଆଯିବ ବୋଲି ପୋଲିସ କୁ ମିଳିଛି ଧମକପୂର୍ଣ୍ଣ କଲ। ଜଣେ କେହି ଆଜି ସକାଳେ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କରିଥିଲା। ଫୋନ କରିଥିବା ବ୍ୟକ୍ତି ଖୋଲାଖୋଲି ଭାବେ ପ୍ରଜା ଭବନକୁ ବୋମାରେ ଉଡ଼ାଇ ଦିଆଯିବ ବୋଲି ପୋଲିସକୁ ଧମକ ଦେଇଥିଲା। ବୋମା ବିଲଡିଂ ଭିତରେ ଖଞ୍ଜା ଯାଇଛି ପୋଲିସ ର ଯଦି ଦମ ଅଛି, ତା’ହେଲେ ବିସ୍ଫୋରକୁ ରୋକି ଦେଖାଉ ବୋଲି କଲ କରିଥିବା ବ୍ୟକ୍ତି କହିଥିଲା। ବୋମା ଧମକ ମିଳିବା ପରେ ପ୍ରଜା ଭବନରେ ପୂରା ଆତଙ୍କ ଖେଳି ଯାଇଥିଲା। ପୋଲିସ ଟିମ ଓ ବୋମା ନିଷ୍କ୍ରିୟ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ। ପ୍ରଜା ଭବନ ଭିତରକୁ କାହାକୁ ଛଡ଼ା ମଧ୍ୟ ଯାଇ ନଥିଲା। ପୋଲିସ ଓ ବୋମା ନିଷ୍କ୍ରିୟ ଟିମ ପ୍ରଜା ଭବନର କୋଣଅନୁକୋଣର ଯାଞ୍ଚ କରିଥିଲେ ହେଁ ଏଯାଏ କୌଣସି ବୋମା ମିଳି ନାହିଁ।






More Stories
୪ରେ କେରଳମ ଛୁଇଁବ ମୌସୁମୀ!….
ଲୋକ ଅଦାଲତ କିମ୍ବା ଡିଏଲ୍ଏସ୍ଏ ବିବାହ ବିଚ୍ଛେଦ ସମ୍ପର୍କରେ ନିଷ୍ପତ୍ତି ନେଇ ପାରିବେନି…..
ପୁଣି ବଢିଲା ସିଲିଣ୍ଡର ଦାମ୍ !….