ରିପୋର୍ଟ କାର୍ଡ / ଫୁଲବାଣୀ
ମାଓବାଦୀମାନେ ଘରୁ ଡାକିନେଇ ଜଣେ ଯୁବକକୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ବାଡ଼ିପାଙ୍ଗା ଗାଁରେ ଏଭଳି ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ମେଟଲା ରୋହିତ। ସୂଚନା ଅନୁସାରେ ମାଓବାଦୀମାନେ ଗତ ଶନିବାର ବିଳମ୍ବିତ ରାତିରେ ମେଟଲା ମାଝୀଙ୍କୁ ଘରୁ ଉଠାଇ ନେଇଥିଲେ। ଆଜି ମେଟଲାଙ୍କ କ୍ଷତ ବିକ୍ଷତ ଶବ ଜଙ୍ଗଲରେ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି ।






More Stories
ହାତୀକୁ ଫାର୍ମହାଉସରେ ପୋତିଥିଲେ:୩ ଗିରଫ……
ହାଜତ ମୃତ୍ୟୁର ରିପୋର୍ଟ ମାଗିଲେ NHRC…..
ବଢିଲା ବସ୍ ଭଡ଼ା…..