ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ଦୁଇ ପ୍ରତିଷ୍ଠିତ ଘରୋଇ ବ୍ୟାଙ୍କ ଉପରେ ମୋଟା ଅଙ୍କର ଜୋରିମାନା ଲଗାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ନିୟମ ଉଲ୍ଲଙ୍ଘନ କରି ଦୁଇ ବ୍ୟାଙ୍କ କାର୍ଯ୍ୟ କରୁଥିଲେ। ICICI ବ୍ୟାଙ୍କ ଉପରେ ୧ କୋଟି ଟଙ୍କାର ଜୋରିମାନା ଲାଗୁ କରାଯାଇଥିବା ବେଳେ ୟେସ୍ ବ୍ୟାଙ୍କ ଉପରେ ମଧ୍ୟ ୯୧ ଲକ୍ଷ ଟଙ୍କାର ଜୋରିମାନା ଲାଗିଛି। ଋଣ ଓ ଅଗ୍ରୀମ- ବୈଧାନିକ ଓ ଅନ୍ୟ ପ୍ରତିବନ୍ଧକ ସହ ଜଡ଼ିତ ନିୟମକୁ ICICI ବ୍ୟାଙ୍କ ଅନୁପାଳନ କରୁ ନଥିଲା। ତେଣୁ ଆରବିଆଇ ଏହି ସଂସ୍ଥା ଉପରେ ୧ କୋଟି ଟଙ୍କାର ଫାଇନ ଲାଗୁ କରିଛି। ୨୦୨୨ ଆର୍ଥିକ ବର୍ଷରେ ICICI ବ୍ୟାଙ୍କ କରିଥିବା କାରବାରକୁ ଆରବିଆଇ ଯାଞ୍ଚ କରିଥିଲା। ଏହି ସମୟରେ ଜଣାପଡ଼ିଥିଲା ଯେ ବ୍ୟାଙ୍କ ଋଣ ନିୟମକୁ ଉଲ୍ଲଙ୍ଘନ କରି କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତବିଶେଷଙ୍କୁ ଆର୍ଥିକ ସହାୟତା କରିଛି। ଯୋଜନା ପାଇଁ ଋଣ ଦିଆଯାଇଥିଲେ ହେଁ ଏହାକୁ ଠିକ ଭାବେ ନୀରକ୍ଷଣ କରାଯାଇ ନଥିଲା ବୋଲି ଆରବିଆଇ କହିଛି। ଅନ୍ୟପକ୍ଷରେ ବ୍ୟାଙ୍କରେ କଷ୍ଟମର ସର୍ଭିସର ଉଲ୍ଲଙ୍ଘନ ଓ ଅନାଧିକୃତ ଭାବେ ଅଫିସ ଆକାଉଣ୍ଟ ପରିଚାଳନା ନିୟମ ଉଲ୍ଲଙ୍ଘନ ଘଟଣାରେ ଆରବିଆଇ YES ବ୍ୟାଙ୍କ ଉପରେ ୯୧ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛି।
More Stories
ଆମନ୍ତ୍ରଣ ଗ୍ରହଣ କଲେ ଆନ୍ଦୋଳନରତ ଡାକ୍ତର,ସର୍ତ୍ତ ମାନିଲେ ପଶ୍ଚିମବଙ୍ଗ ସରକାର…..
ମନ୍ତ୍ରୀଙ୍କ ବାସଭବନ ଉପରେ ଗ୍ରେନେଡ୍ ଆକ୍ରମଣ, ହଟିଲା ଇଣ୍ଟରନେଟ୍ କଟକଣା…..
ସନ୍ଦୀପ ଘୋଷଙ୍କ ବାବଦରେ ବଡ଼ ତଥ୍ୟ ଦେଲା ସିବିଆଇ….