ରିପୋର୍ଟ କାର୍ଡ / ପୁରୀ
ବିଜେଡିକୁ ଭୋଟ୍ ଦେବା ପାଇଁ ସମିତି ସଭ୍ୟ ବାଣ୍ଟୁଥିଲେ ଟଙ୍କା। ଲୋକେ ବିରୋଧ କରିବାରୁ ମାଡ଼ ଭୟରେ ଟଙ୍କା ଫିଙ୍ଗି ପଳାଇଗଲେ ସମିତି ସଭ୍ୟ ଓ ତାଙ୍କ ସାଥୀ। ଗାଁ ଲୋକେ ୨ ଲକ୍ଷରୁ ଅଧିକ ଟଙ୍କା ଉଦ୍ଧାର କରି ପୋଲିସ କୁ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ଅନ୍ଧାର ବିଜେର ଏପରି ଚିତ୍ର ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ଡଳୀରେ। ବଳଙ୍ଗା ପଞ୍ଚାୟତ ସମିତି ସଭ୍ୟ ପ୍ରକାଶ ସାହୁ ଓ ତାଙ୍କ ସାଥୀ ମଙ୍ଗଳବାର ସନ୍ଧ୍ୟା ବେଳେ ଘରକୁ ଘର ବୁଲି ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି। ଆଉ ବିଜେଡିକୁ ଭୋଟ ଦେବା ପାଇଁ କହୁଥିଲେ। ଭୋଟ ପିଛା ୨ରୁ ୩ ହଜାର ଟଙ୍କା ବାଣ୍ଟୁଥିଲେ। ଅଭିଯୋଗ ଅନୁସାରେ ଶ୍ରୀ ସାହୁ ଗାଁର ଦୁଃଶାସନ ବେହେରାଙ୍କୁ ବିଜେଡିରେ ଭୋଟ୍ ଦେବା ପାଇଁ ଟଙ୍କା ଜାଚିଥିଲେ। ହେଲେ ସେ ଟଙ୍କା ନେବା ପାଇଁ ମନା କରିଥିଲେ। ଏହି ଖବର ପ୍ରକାଶ ପାଇବା ପରେ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଗାଁ ଲୋକେ ବିଜେଡି ସମର୍ଥିତ ସମିତି ସଭ୍ୟ ଶ୍ରୀ ସାହୁ ଓ ତାଙ୍କୁ ସାଥୀଙ୍କୁ ଘେରିଥିଲେ। ସେହି ସମୟରେ ସେମାନେ ଦୌଡ଼ି ପଳାଇଲା ବେଳେ ୫୦୦ ଟଙ୍କିଆ ବଣ୍ଡଲ ସବୁ ରାସ୍ତାରେ ଖସି ପଡ଼ିଥିଲା। ଗାଁ ଲୋକେ ଦୁଇ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଉଦ୍ଧାର କରିଥିଲେ। ସେହି ସବୁ ଟଙ୍କାକୁ ନେଇ ବଳଙ୍ଗା ଥାନାରେ ଜିମା ଦେଇଥିଲେ ଗାଁ ଲୋକ । ପୋଲିସ ସେହି ଟଙ୍କା ଜବତ କରି ଘଟଣାର ତଦନ୍ତ କରୁଛି।






More Stories
ସଚିବଙ୍କୁ ଛୁଟି ମନା…..
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..