ରିପୋର୍ଟ କାର୍ଡ / ବାଲେଶ୍ଵର
ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ। ବିଜେପିକୁ ଟାର୍ଗେଟ କରି ଖଡଗେ କହିଛନ୍ତି ବିଜେପି ଦେଶ ପାଇଁ ବିପଦ। ବିଜେପିକୁ ଯଦି ନହଟାଇବେ ତେବେ ସମ୍ବିଧାନ ବିପଦରେ, ଲୋକତନ୍ତ୍ର ବି ବିପଦରେ ରହିବ। ଲୋକତନ୍ତ୍ର ଓ ସମ୍ବିଧାନ ବିପଦରେ ରହିବ ମାନେ ଆମ ଭବିଷ୍ୟତ ବି ବିପଦରେ ରହିବ। ସେମାନଙ୍କୁ ହଟାଇବା ଜରୁରୀ। ଦେଶରେ ଗରିବ ଏତେ ମାତ୍ରାରେ ବଢୁଛି ଲୋକ ଚିନ୍ତାରେ ଅଛନ୍ତି। ଯୁବକଙ୍କୁ ଚାକିରି ନାହିଁ ମୋଦୀଙ୍କୁ ଏହାର କୌଣସି ଚିନ୍ତା ନାହିଁ। ଦେଶକୁ ବଞ୍ଚାଇବା ଆମର ଏକମାତ୍ର ଚିନ୍ତା। ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ଖଡଗେ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..