ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆପଣ କୁଆଡେ ମୋ ବନ୍ଧୁ। ଭଲ ବନ୍ଧୁ କେବେ ପବ୍ଲିକରେ ସ୍ୱାସ୍ଥ୍ୟ ବିଷୟ ପଚାରେ ନାହିଁ। ଯଦି ଏତେ ଚିନ୍ତା, ତାହେଲେ ତୁମେ ମୋତେ ଫୋନ କରି ପଚାରି ପାରିଥାନ୍ତ। ଏମିତି କିଛି କହିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଡା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ଅଛି ତେଣୁ ମୁଁ ଏତେ ଖରାରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ପ୍ରଚାର କରୁଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସି ଏକ ଜନସଭାକୁ କହିଥିଲେ ଯେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଗତ ଏକ ବର୍ଷ ହେବ ଖରାପ ରହୁଛି ଏବଂ ଏହା ପଛରେ କାରଣ ରହିଛି। ତାଙ୍କ ଦଳ ବିଜେପି କ୍ଷମତାକୁ ଆସିଲେ, ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ଏକ କମିଟି ଗଠନ କରାଯିବ। ତେବେ ଏଭଳି ବକ୍ତବ୍ୟର ଘୋର ବିରୋଧ କରିଛି ବିଜୁ ଜନତା ଦଳ। ମୁଖ୍ୟମନ୍ତ୍ରୀ ନବୀନ ଏହାର କଡା ଜବାବ ଦେବା ସହିତ କହିଛନ୍ତି, ଯଦି କମିଟି ଗଠନ କରିବାର ଅଛି ତାହେଲେ ଯେଉଁମାନେ ମୋ ସ୍ୱାସ୍ଥ୍ୟ ବିଷୟ ନେଇ ଅପପ୍ରଚାର କରୁଛନ୍ତି, ତାହାର ଯାଞ୍ଚ କରିବା ଲାଗି କମିଟି ଗଠନ କରନ୍ତୁ।






More Stories
ହାତୀକୁ ଫାର୍ମହାଉସରେ ପୋତିଥିଲେ:୩ ଗିରଫ……
ହାଜତ ମୃତ୍ୟୁର ରିପୋର୍ଟ ମାଗିଲେ NHRC…..
ବଢିଲା ବସ୍ ଭଡ଼ା…..