ରିପୋର୍ଟ କାର୍ଡ / ଭୁବନେଶ୍ୱର
ନିର୍ବାଚନ ଚାଲିଥିବା ସମୟରେ ଏଗଜିଟ୍ ପୋଲ ପ୍ରସାରଣ କରି ଅଡୁଆରେ ପଡ଼ିଛି ଏକ ଘରୋଇ ଓଡ଼ିଆ ଗଣନଧ୍ୟାନ । ଉକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଭାରତୀୟ ନିର୍ବାଚନ ଆୟୋଗ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ, ଓଡ଼ିଶାର ଏକ ଘରୋଇ ଓଡ଼ିଆ ଟେଲିଭିଜନ ଚ୍ୟାନେଲ ଗତ ୨୯ ତାରିଖରେ ଏଗଜିଟ ପୋଲ ରିପୋର୍ଟ ପ୍ରସାରଣ କରିଥିଲା।

ଜନପ୍ରତିନିଧି ଆଇନ ୧୯୫୧ର ସେକ୍ସନ ୧୨୬ ଏ ଅନୁସାରେ ନିର୍ବାଚନ ସମୟରେ ଏଗଜିଟ୍ ପୋଲ ରିପୋର୍ଟ କୌଣସି ପ୍ରକାର ଗଣମାଧ୍ୟମରେ ପ୍ରକାଶ କରିବା ଅନୁଚିତ। ଏ ନେଇ ଗତ ମାର୍ଚ୍ଚ ୨୮ ତାରିଖରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକ ନୋଟିସ ଜାରି କରାଯାଇ ୧୯ ଏପ୍ରିଲ ୨୦୨୪ ସକାଳ ୭ଟା ପରଠାରୁ ୧ ଜୁନ ୨୦୨୪ ସନ୍ଧ୍ୟା ୬ଟା ୩୦ ମଧ୍ୟରେ ଏଗଜିଟ୍ ପୋଲ ସଂକ୍ରାନ୍ତ ରିପୋର୍ଟ ପ୍ରସାରଣ କରିବା ଉପରେ ନିଷେଦ୍ଧାଦେଶ ଜାରି କରିଥିଲେ। କିନ୍ତୁ ଏକ ଓଡ଼ିଆ ଚ୍ୟାନେଲ ଏହାର ଉଲ୍ଲଂଘନ କରି ଏଗ୍ଜିଟ ପୋଲ ପ୍ରସାରଣ କରିଥିବାରୁ ସମ୍ପୃକ୍ତ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ମେ ୩୦ ତାରିଖ ସନ୍ଧ୍ୟା ୫ଟା ୩୦ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନେବା ଲାଗି ଆୟୋଗ ଜାରି କରିଥିବା ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି।






More Stories
ହାତୀକୁ ଫାର୍ମହାଉସରେ ପୋତିଥିଲେ:୩ ଗିରଫ……
ହାଜତ ମୃତ୍ୟୁର ରିପୋର୍ଟ ମାଗିଲେ NHRC…..
ବଢିଲା ବସ୍ ଭଡ଼ା…..