Report Card Odisha

| Daily Odia News

ଆଇପିଏସ୍‌ ଆଶିଷ ସିଂହଙ୍କର ଚାଲିଛି ସ୍ୱାସ୍ଥ୍ୟ ପରୀକ୍ଷା, କାଲି ସୁଦ୍ଧା ରିପୋର୍ଟ…..

CREATOR: gd-jpeg v1.0 (using IJG JPEG v80), default quality

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନିଜ ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ କରାଇବା ପାଇଁ ଆଜି ଭୁବନେଶ୍ୱରସ୍ଥିତ ଏମ୍ସରେ ପହଞ୍ଚିଛନ୍ତି ଆଇପିଏସ୍‌ ଆଶିଷ ସିଂହ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ AIIMS ଭୁବନେଶ୍ୱର ପକ୍ଷରୁ ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠିତ ହୋଇଛି । ଆଜି ପୂର୍ବାହ୍ନ ୮ଟା୩୦ରେ ଆଶିଷ ସିଂହ ଏମ୍ସରେ ପହଞ୍ଚିଥିଲେ। ମାତ୍ର ସେ ଓପିଡ଼ି ନ ଦେଇ ଅନ୍ୟ ବାଟ ଦେଇ ଭିତରକୁ ଚାଲି ଯାଇଥିଲେ। ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ନିମନ୍ତେ ତାଙ୍କ ପାଇଁ ଏକ ପ୍ରାଇଭେଟ କ୍ୟାବିନ୍‌ ବୁକ୍‌ ହୋଇଥିବା ଜଣାଯାଇଛି। AIIMS କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସଙ୍କ ଅଧ୍ୟକ୍ଷତାରେ ଆଶିଷ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ନିମନ୍ତେ ୬ ଜଣିଆ ବିଶେଷଜ୍ଞଙ୍କୁ ନେଇ ବୋର୍ଡ ଗଠିତ ହୋଇଛି। ବୋର୍ଡରେ ମେଡିସିନ, ସର୍ଜରୀ, ଅର୍ଥୋପେଡିକ ଓ ନ୍ୟୁରୋ ବିଭାଗ ଭଳି ବିଭିନ୍ନ ବିଭାଗର ବିଶେଷଜ୍ଞ ସାମିଲ ଅଛନ୍ତି। ଏହି ବୋର୍ଡ ଆଜି ଆଶିଷ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଥିବା ବେଳେ ଆସନ୍ତାକାଲି ସୁଦ୍ଧା ନିର୍ବାଚନ କମିଶନଙ୍କ ନିକଟରେ ନିଜ ରିପୋର୍ଟ ଦାଖଲ କରିବ ।

Breaking News