ରିପୋର୍ଟ କାର୍ଡ / ଭୁବନେଶ୍ୱର
ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ମନ୍ତବ୍ୟ ଉପରେ ଜବାବ ରଖିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଆଜି ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଉପରେ ଉତ୍ତର ରଖି ପାଣ୍ଡିଆନ କହିଛନ୍ତି ଯେ ବିଜେପିର ଭବିଷ୍ୟବାଣୀ ସତ୍ୟ ହେବ ନାହିଁ, ନିଜର ଜ୍ୟୋତିଷ ବଦଳାଉ ବିଜେପି। ବିଜେପି ସବୁବେଳେ ଏଇଟା ହେବ, ସେଇଟା ହେବ କହିଥାଏ। କିନ୍ତୁ କିଛି ହୁଏନାହିଁ। ସେମାନେ ଯାହା ବି କୁହନ୍ତି କେବେ ସତ ହୋଇନଥାଏ। ବିଜେପି ତାର ଜ୍ୟୋତିଷଙ୍କୁ ବଦଳାଉ ବୋଲି ପାଣ୍ଡିଆନ ପରାମର୍ଶ ଦେଇଛନ୍ତି। ଏହାସହିତ ବିଜେପି ବିନା ରଣନୀତିରେ ନିର୍ବାଚନ ଲଢୁଛି ବୋଲି ପାଣ୍ଡିଆନ କହିଛନ୍ତି। କୌଣସି ରଣନୀତି ନଥିବାରୁ ବିଜେପି ବାରମ୍ବାର ରାଜନୈତିକ ପ୍ରସଙ୍ଗ ବଦଳାଉଛି। ୧୦ ବର୍ଷ କ୍ଷମତାରେ ରହି ଓଡ଼ିଶାରେ କେତେ ରାସ୍ତା କାମ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ନିର୍ବାଚନ ୧୦ଦିନ ଆଗରୁ ଓଡ଼ିଶା କଥା ମନେ ପଡିଲା ଏବଂ କିଛି କିଛି ପ୍ରସଙ୍ଗ ଖୋଜି ବାହର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅସମ୍ମାନକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ। ଏହାର ଜବାବ ଭୋଟରେ ଦେବେ ଓଡ଼ିଶାବାସୀ। କୌଣସି ପ୍ରସଙ୍ଗ ନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ପ୍ରସଙ୍ଗ କରୁଛନ୍ତି। ପ୍ରଥମେ ଓଡ଼ିଆ ଅସ୍ମିତା କଥା ଉଠାଇଲେ, କିନ୍ତୁ ଓଡ଼ିଆ ଅସ୍ମିତାକୁ ନେଇ ସେମାନେ କଣ କରିଛନ୍ତି ବୋଲି ପ୍ରଶ୍ନ କରିବାରୁ ଗୋଲ ପୋଷ୍ଟ ପରିବର୍ତ୍ତନ କରିଛନ୍ତି। ଅସ୍ମିତା ପ୍ରସଙ୍ଗ କାମ ନକରିବାରୁ ବିଜେପି ରତ୍ନଭଣ୍ଡାରକୁ ପ୍ରସଙ୍ଗ କରିଛି।






More Stories
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
୨୩ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା…..