ରିପୋର୍ଟ କାର୍ଡ / ମୟୂରଭଞ୍ଜ
ଜୁନ୍ ୧ ଶେଷପର୍ଯ୍ୟରେ ଓଡ଼ିଶାର ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା ଆସନରେ ମତଦାନ ଅନୁଷ୍ଠିତ ହେବ। ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଟଙ୍କା ବାଣ୍ଟୁଥିବା ବେଳେ ଦୁଇ ଜଣଙ୍କୁ ପୋଲିସ ଧରିଛି । ମୟୂରଭଞ୍ଜ ଜିଲ୍ଲା ଉଦଳାର ଗୋଧିମରା ଗାଁରେ ଭୋଟରଙ୍କୁ ଟଙ୍କା ବଣ୍ଟା ଚାଲିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତମାନେ ଟଙ୍କା ନେଇ ଭୁବନେଶ୍ୱରୁ ଆସିଥିବା ଜଣାପଡ଼ିଛି । ଉଭୟଙ୍କୁ ପଚରାଉଚରା କରାଯିବା ସହ ତଦନ୍ତ କରୁଛି ପୋଲିସ | ଅଭିଯୁକ୍ତମାନଙ୍କୁ ବିଜୟଲକ୍ଷ୍ମୀ ମହାପାତ୍ର ଓ ଦିବ୍ୟଜ୍ୟୋତି ଜେନା ଭାବେ ଚିହ୍ନଟ କରାଯାଇଛି । ସେମାନଙ୍କଠାରୁ ୧ ଲକ୍ଷ ୯୧ ହଜାର ଟଙ୍କା ଓ ଏକ କାର ଜବତ କରାଯାଇଛି । ସେମାନେ ପ୍ରତି ଖାମ୍ରେ ହଜାର ଟଙ୍କା ଲେଖାଏଁ ରଖି ଭୋଟରଙ୍କୁ ବାଣ୍ଟୁଥିବା ଅଭିଯୋଗ ହୋଇଛି।






More Stories
୪ରେ କେରଳମ ଛୁଇଁବ ମୌସୁମୀ!….
ଲୋକ ଅଦାଲତ କିମ୍ବା ଡିଏଲ୍ଏସ୍ଏ ବିବାହ ବିଚ୍ଛେଦ ସମ୍ପର୍କରେ ନିଷ୍ପତ୍ତି ନେଇ ପାରିବେନି…..
ପୁଣି ବଢିଲା ସିଲିଣ୍ଡର ଦାମ୍ !….