ରିପୋର୍ଟ କାର୍ଡ / ବାଲେଶ୍ୱର
ଜୁନ ୧ ଶେଷ ପର୍ଯ୍ୟାୟ ନିର୍ଵାଚ ଅନୁଷ୍ଠିତ ହେବ | ଆଜି ପ୍ରଚାରର ଶେଷ ଦିନ ଥିବା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସି ବାଲେଶ୍ୱର ସିମୁଳିଆଠାରେ ଆୟୋଜିତ ଦଳୀୟ ସଭାରେ ଜନସାଧାରଣଙ୍କୁ ସମ୍ବୋଧନ କରି କହିଥିଲେ | ଏହି ଅବସରରେ ରାହୁଲ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ମାଗିବା ସହିତ ବିଜେଡି ଏବଂ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। କହିଛନ୍ତି ଓଡ଼ିଶାରେ ବିଜେଡି-ବିଜେପି ମିଶିକି ଅଛନ୍ତି। ବିଜେପି ସମ୍ବିଧାନକୁ ଶେଷ କରିବାକୁ ଚାହୁଁଛି। କିନ୍ତୁ ଦୁନିଆର ଏଭଳି କୌଣସି ଶକ୍ତି ନାହିଁ ସମ୍ବିଧାନକୁ ସମାପ୍ତ କରିଦେବ। ସେମାନେ ଯେତେ ଶକ୍ତି ଲଗାଇଲେ ବି ସମ୍ବିଧାନକୁ ଶେଷ କରିପାରିବେ ନାହିଁ। ରାହୁଲ ଆହୁରି କହିଥିଲେ ଯେ, ବିଜେଡି-ବିଜେପି ମିଶିକି ଅଛନ୍ତି। ସେ ବିଜେପି ବିରୋଧରେ ଲଢ଼ୁଥିବାରୁ ତାଙ୍କ ନାମରେ ୨୪ଟି ମାମଲା ହୋଇଛି। ଯଦି ନବୀନ ବିଜେପି ବିରୋଧରେ ଲଢ଼ୁଛନ୍ତି, ତାହେଲେ ତାଙ୍କ ନାଁରେ ମାମଲା କାହିଁକି ହେଉନି। ଓଡ଼ିଶାରେ ମୋଦୀ-ନବୀନଙ୍କ ଭାଗିଦାରିତା ଭାଙ୍ଗି ଫିଙ୍ଗିଦେବାକୁ ଚାହୁଁଛୁ ବୋଲି ରାହୁଲ କହିଥିଲେ। ଜୁନ ୪ରେ ଓଡ଼ିଶାରେ କଂଗ୍ରେସ ସରକାର ଗଠନ କରିବ। ୫ ତାରିଖରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୮୫୦୦ ଟଙ୍କା ଆସିବ। ସମସ୍ତ ଚାଷୀଙ୍କ ଋଣ ଛାଡ଼ କରାଯିବ ବୋଲି ରାହୁଲ କହିଛନ୍ତି।






More Stories
ସଚିବଙ୍କୁ ଛୁଟି ମନା…..
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..