Report Card Odisha

| Daily Odia News

ନିର୍ବାଚନୀ ପ୍ରଚାର ଶେଷ, ଆସନ୍ତାକାଲି ୬ ଲୋକସଭା ସିଟ୍‌ ପାଇଁ ହେବ ମତଦାନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନିର୍ବାଚନୀ ପ୍ରଚାର ଶେଷ |ଦେଶରେ ଆସନ୍ତାକାଲି ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଥିବା ବେଳେ ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ | ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଲୋକସଭା ଆସନ ସମେତ ଏହା ଅଧୀନସ୍ଥ ୪୨ଟି ବିଧାନସଭା ଆସନରେ ମତଦାନ ହେବ | ୯୯ଲକ୍ଷ ୬୧ହଜାର ମତଦାତା ନିଜ ମନପସନ୍ଦର ନେତା ବାଛିବେ। ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ,୧୦ ହଜାର ୮୮୨ଟି ମତଦାନ କେନ୍ଦ୍ର ରହିଛି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ । ୧୪ଶହ ବୁଥ୍ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ। ଏଥିପାଇଁ ନିୟୋଜିତ ହେବେ ୭୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ।ଏହା’ସହ ଭୋଟିଂବେଳେ ମୁତୟନ ରହିବେ ୧୨୫ କମ୍ପାନୀ CAP। ସବୁଥର ଭଳି ଏଥର ବି PWD ଭୋଟରଙ୍କ ପାଇଁ ନିଃଶୁଳ୍କ ପରିବହନ ବ୍ୟବସ୍ଥା ହୋଇଛି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ CEO କହିଛନ୍ତି, ପୋଲିଂ ବୁଥକୁ ପ୍ରିଜାଇଡିଂ ଅଫିସରଙ୍କ ବ୍ୟତୀତ କୌଣସି ବ୍ୟକ୍ତି ମୋବାଇଲ ନେଇପାରିବେ ନାହିଁ। ୨୦୧୯ରେ ଏହି ୬ଟି ସଂସଦୀୟ କ୍ଷେତ୍ରରେ ୭୪ ପ୍ରତିଶତ ମତଦାନ ହାର ଥିବା ନେଇ ବି CEO ସୂଚନା ଦେଇଥିଲେ।

Breaking News