Report Card Odisha

| Daily Odia News

ରାଜଧାନୀରୁ ଡ୍ୟାନ୍ସରଙ୍କ ମୃତଦେହ ଉଦ୍ଧାର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ୱରରେ ବନ୍ଦ ଘର ଭିତରୁ ଜଣେ ବାର୍ ଡ୍ୟାନ୍ସରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସନ୍ଦେହଜନକ ଅବସ୍ଥାରେ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ପାହାଳ ଥାନା ଅନ୍ତର୍ଗତ ଶିବଶକ୍ତି ନଗରରେ ଘଟିଛି। ମୃତ ଯୁବତୀଙ୍କ ଛଦ୍ମନାମ ଚାରୁ ଓ ଘର ଚଣ୍ଡୀଗଡ ବୋଲି ଜଣାପଡିଛି। ସେ କଟକ ରୋଡରେ ଏକ ବାରରେ କାମ କରୁଥିଲେ ବୋଲି ପ୍ରାଥମିକ ତଦନ୍ତରୁୁ ଜଣାପଡିଛି। ସେହି ବିଲ୍ଡିଂରେ ପ୍ରାୟ ୨୫ ଜଣ ଯୁବତୀ ରହୁଥିବା ଖବର ମିଳିଛି। ଖବର ପାଇ ପାହାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପାରିପାର୍ଶ୍ବିକ ପରିସ୍ଥିତି ଦେଖି ଆତ୍ମହତ୍ୟା ମାମଲା ରୁଜୁ କରାଯାଇଛି। ପୋଲିସ ଟେଲିଫୋନ, ସୋସିଆଲ ମିଡିଆ ଯାଞ୍ଚ କରୁଛି।

Breaking News