ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୯୩ ବର୍ଷ ବୟସରେ ପଞ୍ଚମ ଥର ପାଇଁ ରୁପର୍ଟ ମର୍ଡୋକ୍ ଙ୍କର ପଡିଲା ହାତଗଣ୍ଠି । ସେ ତାଙ୍କ ଗାର୍ଲଫ୍ରେଣ୍ଡ ଏଲେନା ଜୁକୋଭାଙ୍କ ହାତ ଧରିଛନ୍ତି। ବିବାହ ବେଳର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ବ୍ଲାକ୍ ସୁଟ୍ ଓ ହଳଦିଆ ରଙ୍ଗର ଟାଇ ପିନ୍ଧି ଫଟୋ ପାଇଁ ପୋଜ୍ ଦେଇଛନ୍ତି ରୁପର୍ଟ। ସେହିପରି ଧଲା ରଙ୍ଗର ଅଫ୍ ସୋଲ୍ଡର ଗାଉନ୍ ଓ ହାତରେ ଫୁଲ ତୋଡା ଧରି ତାଙ୍କ ପାଖରେ ଠିଆ ହୋଇଛନ୍ତି ପତ୍ନୀ ଏଲେନା ଜୁକୋଭା। ମର୍ଡୋକ୍ ମାଲିକାନାରେ ଥିବା ବ୍ରିଟିଶ୍ ଟାବ୍ଲଏଡ୍ ଦି ସନରେ ପ୍ରକାଶିତ ଫଟୋରେ ଏହି ଦମ୍ପତି ପୋଜ୍ ଦେଇ ହସୁଥିବାର ଦେଖିବାକୁ ମିଳିଛି। ରୁପର୍ଟ କାଲିଫର୍ଣ୍ଣିଆ ସ୍ଥିତ ନିଜ ଫାର୍ମ ହାଉସରେ ରବିବାର ୬୭ ବର୍ଷୀୟା ପ୍ରେମିକା ଏଲେନାଙ୍କ ସହ ବିବାହ କରିଛନ୍ତି। ଏହି ଗ୍ରାଣ୍ଡ ଓ୍ୱେଡିଂରେ ବହୁ ବଡ ବଡ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ। ପୂର୍ବରୁ ଜୁନ୍ ମାସରେ ଏଲେନାଙ୍କୁ ବିବାହ କରିବେ ବୋଲି ମିଡିଆ ଟାଇକୁନ୍ ଘୋଷଣା କରିଥିଲେ। ଏଲେନା ଜୁକୋଭା ହେଉଛନ୍ତି ଜଣେ ଅବରସପ୍ରାପ୍ତି ବାୟୋଲଜିଷ୍ଟ ତଥା ଜୀବବିଜ୍ଞାନୀ। ଜୁକୋଭା ରୁଷରୁ ଆସି ଆମେରିକାର ବାସିନ୍ଦା ପାଲଟିଛନ୍ତି । ଏପ୍ରିଲ ୨୦୨୩ରେ ପୂର୍ବତନ ପୁଲିସ ଅଧିକାରୀ ତଥା ରେଡିଓ ହୋଷ୍ଟ ଏନ୍ ଲସ୍ଲିଙ୍କ ସହ ନିର୍ବନ୍ଧ ଭାଙ୍ଗିବା ପରେ ରୁପର୍ଟ ତୁରନ୍ତ ଜୁକୋଭାଙ୍କ ସହ ଡେଟିଂ ଆରମ୍ଭ କରିଦେଇଥିବା ନେଇ ଚର୍ଚ୍ଚା ହୋଇଥିଲା।






More Stories
‘ମୋ ଉପରେ ଆକ୍ରମଣ ହେଲେ ମୁଁ ସାରାଦେଶକୁ ହଲାଇ ଦେବି’……
ମନ୍ଦିରରେ ଧ୍ଵଜା ଉଡ଼ାଇଲେ ପ୍ରଧାନମନ୍ତ୍ରୀ ମୋଦୀ…..
ନରେନ୍ଦ୍ର ଯାଦବ ହେଲେ କାମଚଳା ବାଚସ୍ପତି……