ରିପୋର୍ଟ କାର୍ଡ / ଭୁବନେଶ୍ୱର
କଣ୍ଟାବାଞ୍ଜି ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଛରେ ରହିଛନ୍ତି। ମୋଟ ୨୮ ରାଉଣ୍ଡ ମଧ୍ୟରୁ ମଧ୍ୟାହ୍ନ ୧୨ଟା ସୁଦ୍ଧା ୪ର୍ଥ ରାଉଣ୍ଡ ଗଣତି ଶେଷ ହୋଇଛି। ଏହି ସମୟ ମଧ୍ୟରେ ବିଜେପି ପ୍ରାର୍ଥୀ ଲକ୍ଷବଚ୍ଚ ବାଗ୍ ୧୧ ହଜାର ୫୩୬ ଭୋଟ ପାଇ ନବୀନଙ୍କଠାରୁ ୧୯୫ ଭୋଟ ଆଗରେ ରହିଛନ୍ତି। ନବୀନଙ୍କୁ ୧୧ ହଜାର ୩୪୨ ଖଣ୍ଡ ଭୋଟ ମିଳିଛି। ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂହ ସାଲୁଜା ୩ ହଜାର ୯୩ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ହିଞ୍ଜିଳିରେ ନବୀନ ୨୧୫୭ ଭୋଟରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ଶିଶିର କୁମାର ମିଶ୍ରଙ୍କଠାରୁ ଆଗରେ ରହିଛନ୍ତି। ଏଠାରେ ନବୀନ ୮୧୨୬ ଭୋଟ ପାଇଥିବାବେଳେ ଶିଶିର ୫୯୬୯ ଭୋଟ ପାଇଛନ୍ତି।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……