ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରର ନାଶିକ୍ ଜିଲ୍ଲାରେ ଦୁର୍ଘଟଣାର ସମ୍ମୁଖୀନ ହେଲା ବାୟୁସେନା ବିମାନ। ବାୟୁସେନାର ସୁଖୋଇ ଏସୟୁ-୩୦ ଏମକେଆଇ ଲଢ଼ୁଆ ବିମାନ ନିଶାଦ ଅଞ୍ଚଳରେ ଥିବା ଶିରସାଗାଓଁରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଜେଟର ନବୀକରଣ ଏବଂ ତାଲିମ ପାଇଁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (ହଲ୍)କୁ ପଠାଯାଇଥିଲା। ଘଟଣା ଘଟିବା ସମୟରେ ୨ଜଣ ପାଇଲଟ ଟ୍ରେନିଂ ନେଉଥିଲେ ବୋଲି ଜଣାପଡ଼ିଛି। ତେବେ ଏହି ଦୁର୍ଘଟଣାରେ ୨ଜଣ ପାଇଲଟ ସୁରକ୍ଷିତ ଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ଦୁର୍ଘଟଣା ଘଟିବା ପୂର୍ବରୁ ୨ଜଣ ପାଇଲଟ ବିମାନରୁ ବାହାରି ଆସିିଥିଲେ, ଯେଉଁ କାରଣରୁ ସେମାନଙ୍କ ଜୀବନ ବଞ୍ଚିପାରିଥିଲା। ଏକ ବିଲରେ ବିମାନଟି ଖସିପଡ଼ିଥିବା ବେଳେ ଏବେ ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି ବାୟୁସେନା। ଦୁର୍ଘଟଣାର ପରର ଫଟୋ ଭାଇରାଲ ହେଉଥିବା ବେଳେ ଫଟୋରେ ବିମାନଟି ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଥିବା ଦେଖାଯାଇଛି। ପାଖ ଅଞ୍ଚଳଟି ଧୂଆଁମୟ ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକେ ପାଖରେ ଠିଆ ହୋଇଥିବା ଦେଖାଯାଇଛି।






More Stories
ଆସିୟା ଙ୍କୁ ଆଜୀବନ କାରାଦଣ୍ଡାଦେଶ…..
ଲାଲୁଙ୍କ ପିଟିସନ ଖାରଜ…..
ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ……