Report Card Odisha

| Daily Odia News

ବନ୍ଦ ହେବ ବିଏସକେୱାଇ,ଲାଗୁ ହେବ ଆୟୁଷ୍ମାନ ଭାରତ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ବନ୍ଦ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)। ଏହା ବଦଳରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ। ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଏ ନେଇ ଘୋଷଣା କରିଛନ୍ତି। ମନମୋହନ କହିଛନ୍ତି, ବିଏସକେୱାଇ ଅଧୀନରେ ଜନସାଧାରଣଙ୍କୁ କମ୍‌‌ ସୁବିଧା ମିଳୁଥିଲା। କିନ୍ତୁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ପରେ ଲୋକଙ୍କୁ ଅଧିକ ସୁବିଧା ମିଳିବ। ରାଜ୍ୟର ପ୍ରତ୍ୟେକ ଜନସାଧାରଣ କେନ୍ଦ୍ର ସରକାରଙ୍କ ଏହି ଯୋଜନା ଦ୍ୱାରା ଉପକୃତ ହୋଇପାରିବେ ବୋଲି ମନମୋହନ କହିଛନ୍ତି। ସୂଚନାଯୋଗ୍ୟ, ବିଜେଡି ସରକାର ସମୟରେ ରାଜ୍ୟ ସରକାର ବିଏସକେୱାଇ ଲାଗୁ କରିଥିଲେ। ଗରିବ ଏବଂ ମଧ୍ୟବିତ୍ତ ପରିବାର ଲୋକଙ୍କୁ ଏହି ଯୋଜନାରେ ସରକାରୀ ଏବଂ ଘରୋଇ ଡାକ୍ତରଖାନାରେ ମାଗଣା ଚିକିତ୍ସା ସୁବିଧା ମିଳୁଥିଲା। ବିଜେଡି ସରକାର ସମୟରେ କେନ୍ଦ୍ର ସରକାର ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ତାହା ସଫଳ ହୋଇପାରି ନ ଥିଲା।

Breaking News