ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭା ନିର୍ବାଚନର ବିଜେପି ଓଡ଼ିଶାରେ ଭଲ ପ୍ରଦର୍ଶନ କରିଥିଲେ ବି ଜାତୀୟ ସ୍ତରରେ ଟିକେ ଖରାପ ହୋଇଛି । ଅମେଠିରୁ ସ୍ମୃତି ଇରାନୀ ହାରିବା ସମସ୍ତଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଖବର ଥିଲା। ୫ବର୍ଷ ତଳେ ସେ ରାହୁଲ ଗାନ୍ଧୀଙ୍କୁ ହରାଇଥିବା ବେଳେ ଏଥର ସେ ନିଜ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ହାରିଛନ୍ତି। ପରାଜୟ ବରଣ ପରେ ସ୍ମୃତି ଏକ୍ସରେ ପୋଷ୍ଟ କରି ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଛନ୍ତି, “ଏଇତ ଜୀବନ … ମୋ ଜୀବନର ଏକ ଦଶନ୍ଧି ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବା, ଜୀବନ ଗଢ଼ିବା, ଆଶା ଏବଂ ଆକାଂକ୍ଷା ପ୍ରତିପାଦନ କରିବା, ସଡକ, ନଳା, ବାଇପାସ୍, ମେଡିକାଲ୍ କଲେଜ ଏବଂ ଅନ୍ୟ ଭିତ୍ତିଭୂମିର ସ୍ଥାପନ କରିବାରେ ଲଗାଇଥିଲି। ହାରିବା ଓ ଜିତିବା ସମୟରେ ମୋ ସହ ଠିଆ ହୋଇଥିବା ଲୋକଙ୍କ ଆଗରେ ମୁଁ ସର୍ବଦା କୃତଜ୍ଞ ରହିବି। ଯେଉଁମାନେ ଜିତିଛନ୍ତି ସେମାନଙ୍କୁ ଶୁଭେଚ୍ଛା ଏବଂ ଯେଉଁ ପ୍ରଶ୍ନ କରୁଛନ୍ତି ଯେ, ଜୋସ୍ କେମିତି ରହିଛି|ମୁଁ ସେମାନଙ୍କୁ କହିବି, ଏବେ ବି ଅଧିକ ରହିଛି।”






More Stories
ମମତା ଙ୍କ ଘରେ ସିଆଇଡ଼ି ଚଢ଼ାଉ…..
ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ କଳଙ୍କ ନୁହେଁ…..
ଆସୁଛି ବଡ଼ ବର୍ଷା: ଓଡ଼ିଶାରେ ୧୧ରୁ…..