ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚଳିତ ଗ୍ରୀଷ୍ମ ପ୍ରବାହରେ ରାଜ୍ୟରେ ଅଂଶୁଘାତ ଗଲାଣି ୩୬ ଜଣଙ୍କ ଜୀବନ। ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ବୁଧବାର (ଗତକାଲି) ପ୍ରେସ୍ ରିଲିଜ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି, ଚଳିତ ଗ୍ରୀଷ୍ମ ଋତୁରେ ୧୫୧ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ଆସିଛି। ଜୁନ୍ ୪ ତାରିଖ ପର୍ଯ୍ୟନ୍ତ ୧୪୯ଟି ଅଭିଯୋଗ ଆସିଥିବା ବେଳେ ଗତ ୨୪ ଘଣ୍ଟାରେ ଆଉ ୨ଟି ମାମଲା ଆସିଥିଲା। ଯାଞ୍ଚ ପରେ ୩୬ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇସାରିଛି। ୩୧ ଜଣଙ୍କର ଅଂଶୁଘାତ ଯୋଗୁ ମୃତ୍ୟୁ ହୋଇନି। ସେହିଭଳି ଜିଲ୍ଲାସ୍ତରେ ବାକି ୮୪ଟି ଅଂଶୁଘାତ ମୃତ୍ୟୁ ଅଭିଯୋଗର ତଦନ୍ତ ଚାଲିଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..