ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀରେ ପ୍ରବଳ ଗରମ ସହ ଏବେ ଜଳ ସଂକଟ ସମସ୍ୟା ପାଲଟିଛି। ଜଳ ସଙ୍କଟର ମୁକାବିଲା ପାଇଁ ସହରକୁ ସାହାଯ୍ୟ କରିବା ପାଇଁ ସୁପ୍ରିମକୋର୍ଟ ଗୁରୁବାର ହିମାଚଳ ପ୍ରଦେଶକୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ଦିଲ୍ଲୀକୁ ୧୩୭ କ୍ୟୁସେକ୍ ଅତିରିକ୍ତ ଜଳ ମୁକ୍ତ କରିବାକୁ ହିମାଚଳ ପ୍ରଦେଶକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ହରିଆଣା ବୋର୍ଡକୁ ସୂଚନା ଦେବା ସହ ହିମାଚଳ ପ୍ରଦେଶକୁ ଜଳ ଛାଡ କରିବାକୁ କୋର୍ଟ କହିଛନ୍ତି। ଏହା ସହ ଦିଲ୍ଲୀକୁ ନିରବଚ୍ଛିନ୍ନ ଜଳ ଯୋଗାଣ ପାଇଁ ହରିଆଣାଙ୍କୁ କୁହାଯାଇଛି। ପିଟିଆଇ ଅନୁଯାୟୀ, ସୁପ୍ରିମକୋର୍ଟ କହିଛନ୍ତି ଯେ ଜଳର ଅପଚୟ ନହେବା ଏବଂ ଜଳ ଉପରେ କୌଣସି ରାଜନୀତି ହେବା ଉଚିତ ନୁହେଁ। ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରବଳ ଉତ୍ତାପ ହେତୁ ଜଳର ଘୋର୍ ଅଭାବ ଦେଖିବାକୁ ମିଳିଛି। ଜଳର ଘୋର ଅଭାବ ମଧ୍ୟରେ ହରିଆଣା, ଉତ୍ତରପ୍ରଦେଶ ଏବଂ ହିମାଚଳ ପ୍ରଦେଶରୁ ଅତିରିକ୍ତ ଜଳ ଯୋଗାଣ ପାଇଁ ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ।ଦିଲ୍ଲୀ ସରକାର ତାଙ୍କ ଆବେଦନରେ କହିଥିଲେ ଯେ ପ୍ରବଳ ଗରମ ମଧ୍ୟରେ ଜାତୀୟ ରାଜଧାନୀରେ ଜଳର ଘୋର୍ ଆବଶ୍ୟକତା ବୃଦ୍ଧି ପାଇଛି। ପ୍ରବଳ ଉତ୍ତାପରେ ଦିଲ୍ଲୀର ଜଳର ଆବଶ୍ୟକତା ବୃଦ୍ଧି ପାଇଥିବା ବେଳେ ଲୋକ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି। ଦେଶ ରାଜଧାନୀର ଆବଶ୍ୟକତା ପୂରଣ କରିବା ସମସ୍ତଙ୍କ ଦାୟିତ୍ବ।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……