ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଖିଳେଶ ଯାଦବ ଲୋକସଭା ସାଂସଦ ଭାବେ ନିର୍ବାଚିତ ହେବା ପରେ ବିଧାୟକ ପଦରୁ ଇସ୍ତଫା ଦେଇପାରନ୍ତି । କକା ଶିବପାଲ ଯାଦବଙ୍କୁ ବିରୋଧୀ ଦଳ ନେତା ଭାବେ ନୂଆ ଦାୟିତ୍ୱ ଦେଇପାରନ୍ତି ସମାଜବାଦୀ ପାର୍ଟି ମୁଖିଆ।ଅଖିଳେଶ ଯାଦବ କରହଲ ଆସନରୁ ଏବେ ବିଧାୟକ ଅଛନ୍ତି । ତେବେ ଚଳିତ ନିର୍ବାଚନରେ କନୌଜ ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ତେଣୁ ନିୟମ ଅନୁସାରେ ବିଧାୟକ ଓ ସାଂସଦ ପଦରୁ ଗୋଟିଏ ଅଖିଳେଶଙ୍କୁ ଛାଡିବାକୁ ପଡ଼ିବ । ବିଧାୟକ ପଦରୁ ଇସ୍ତଫା ଦେଲେ କରହଲ ଆସନରୁ ତେଜ ପ୍ରତାପ ଯାଦବ ନିର୍ବାଚନ ଲଢିପାରନ୍ତି । ଲୋକସଭାରେ ଉତ୍ତରପ୍ରଦେଶରେ ଦମଦାର ପ୍ରଦର୍ଶନ ପରେ ଅଖିଳେଶ ଯାଦବ ଏବେ ଜାତୀୟ ରାଜନୀତିରେ ନିଜର ଦବଦବା ବଢାଇବାକୁ ଚାହୁଁଛନ୍ତି।






More Stories
୪ରେ କେରଳମ ଛୁଇଁବ ମୌସୁମୀ!….
ଲୋକ ଅଦାଲତ କିମ୍ବା ଡିଏଲ୍ଏସ୍ଏ ବିବାହ ବିଚ୍ଛେଦ ସମ୍ପର୍କରେ ନିଷ୍ପତ୍ତି ନେଇ ପାରିବେନି…..
ପୁଣି ବଢିଲା ସିଲିଣ୍ଡର ଦାମ୍ !….