ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଣ୍ଡି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଚାପୁଡ଼ା ମାରିଥିବା CISF କନଷ୍ଟେବଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କୁଲୱିନ୍ଦର କୌରଙ୍କୁ ନିଲମ୍ବନ କରାଯିବା ସହ ତାଙ୍କ ବିରୁଦ୍ଧରେ ପୋଲିସ ମାମଲା ରୁଜୁ ହୋଇଛି। ଗତକାଲି ଚଣ୍ଡିଗଡ଼ ବିମାନବନ୍ଦରରେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିବା CISF କନଷ୍ଟେବଲ କୁଲୱିନ୍ଦର କୌର କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଥିଲା। ମଣ୍ଡି ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହେବା ପରେ କଙ୍ଗନା ଦିଲ୍ଲୀ ଅଭିମୁଖେ ଯିବା ସମୟରେ ଏହି ହଙ୍ଗାମା ହୋଇଥିଲା। କଙ୍ଗନା ଅଭିଯୋଗ କରିଛନ୍ତି ଯେ, ସୁରକ୍ଷା ଯାଞ୍ଚ ପରେ ସେ ବୋର୍ଡିଂ ପଏଣ୍ଟ ଆଡ଼କୁ ଯାଉଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା CISF ମହିଳା କନଷ୍ଟେବଲ କୁଲୱିନ୍ଦର ତାଙ୍କ ସହ ଯୁକ୍ତି କରିଥିଲେ। ଏହାପରେ ସେ ତାଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ। ପରେ ମହିଳା ଜଣକ ମାରିବାର କାରଣ ବାବଦରେ କହୁଥିବା ଏକ ଭିଡିଓରେ ଶୁଣିବାକୁ ମିଳିଥିଲା। ସେ ଚାଷୀଙ୍କ ସମର୍ଥକ ବୋଲି କହିବା ସହ କଙ୍ଗନା ଚାଷୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିବା ଅଭିଯୋଗ କରିଥିଲେ। ଏଥିସହ ଏହି ସମୟରେ ଚାଷୀ ଆନ୍ଦୋଳନରେ ତାଙ୍କ ମାଆ ମଧ୍ୟ ସାମିଲ ଥିବା କହିଥିଲେ। ତେବେ ସର୍ବସାଧାରଣରେ ଏପରି ବ୍ୟବହାର ପାଇଁ କୌରଙ୍କୁ ନିଲମ୍ବନ କରାଯିବା ସହ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……