ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଜେପି ଜିତିବାରୁ ଆଙ୍ଗୁଠି କାଟି ମନ୍ଦିରରେ ଚଢ଼ାଇଛନ୍ତି ଜଣେ ଯୁବକ | ଛତିଶଗଡର ବଳରାମପୁରରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା। ଯୁବକଜଣକ ଜଣେ ବିଜେପି ସମର୍ଥକ ହୋଇଥିବା ବେଳେ ଦଳର ବିଜୟ ପାଇଁ ମାନସିକ କରିଥିଲେ | ଏହା ପୂରଣ ହେବା ପରେ ସେ ମନ୍ଦିରକୁ ଯାଇ ଦେବୀଙ୍କୁ ଆଙ୍ଗୁଠି କାଟି ଅର୍ପଣ କରିଥିଲେ ବୋଲି ଜଣାପଡିଛି। ତେବେ ଏଭଳି କରିବା ପରେ ଯୁବକଙ୍କ ଅବସ୍ଥା ଖରାପ ହେବା ହୋଇଯାଇଥିଲା | ପରିବାର ଲୋକେ ତାଙ୍କୁ କମ୍ୟୁନିଟି ହେଲଥ ସେଣ୍ଟରରେ ଭର୍ତ୍ତି କରିଥିଲେ ଯେଉଁଠାରୁ ତାଙ୍କୁ ଅମ୍ବିକାପୁର ମେଡିକାଲ କଲେଜକୁ ପଠାଯାଇଥିଲା। ଚିକିତ୍ସା ପରେ ବର୍ତ୍ତମାନ ଯୁବକ ବିପଦ ମୁକ୍ତ ଥିବା ଜଣାପଡିଛି |






More Stories
ଇସ୍ତଫା ଦାବି ଉପରେ ମୁହଁ ଖୋଲିଲେ ଧର୍ମେନ୍ଦ୍ର ପ୍ରଧାନ !…..
ମୋଦିଙ୍କୁ ମେସେଜ୍ ଦେଲେ ରାହୁଲ…..
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନ ନିକଟରେ କଂଗ୍ରେସର ପ୍ରତିବାଦ….