Report Card Odisha

| Daily Odia News

ଜନସଂଖ୍ୟା ବୃଦ୍ଧି ପାଇଁ ଡେଟିଂ ଆପ୍ ଆଣିଲା ଜାପାନ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜାପାନରେ ଲୋକସଂଖ୍ୟା ହ୍ରାସ ପାଇଚାଲିଛି । ଏହାର କାରଣ ହେଉଛି ଜନ୍ମହାରରେ ଦ୍ରୁତ ହ୍ରାସ । ଯୁବପୀଢି ବିବାହ ପାଇଁ ଆଗ୍ରହୀ ହେଉନଥିବାରୁ ଏପରି ହେଉଥିବା ଜଣାପଡ଼ିବା ପରେ ଜାପାନ ସରକାର ଏକ ଡେଟିଂ ଆପ୍ ଆରମ୍ଭ କରିଛନ୍ତି । ଟୋକିଓ ମେଟ୍ରୋପଲିଟାନ୍ ସରକାର ଏହି ଆପ୍ ଆରମ୍ଭ କରିଛନ୍ତି । ହ୍ରାସ ପାଉଥିବା ଜାତୀୟ ଜନ୍ମ ହାରକୁ ବଢ଼ାଇବା ପାଇଁ ସରକାରଙ୍କ ପ୍ରୟାସର ଏକ ଅଂଶ ବିଶେଷ ଭାବେ ଏହି ପଦକ୍ଷେପ ନିଆଯାଇଛି। ଏହ ଫଳରେ ଯୁବପୀଢିଙ୍କ ମଧ୍ୟରେ ବିବାହ ପ୍ରତି ଆଗ୍ରହ ସୃଷ୍ଟି ହେବ ବୋଲି ସରକାର ଆଶା କରୁଛନ୍ତି । ଜାପାନରେ ମ୍ୟାଚ୍ ମେକିଂ କାର୍ଯ୍ୟକ୍ରମ ଆୟୋଜନ କରିବା କିଛି ନୂଆ କଥା ନୁହେଁ। କିନ୍ତୁ ସ୍ଥାନୀୟ ସରକାରଙ୍କ ଦ୍ୱାରା ଆପ୍ ବିକାଶ ଏକ ବିରଳ ଘଟଣା । ଏକ୍ସର ମାଲିକ ଏଲନ୍ ମସ୍କଙ୍କୁ ମଧ୍ୟ ଜାପାନର ଏହି ଆଇଡିଆ ପସନ୍ଦ ଆସିଛି ଏବଂ ସେ ଏ ନେଇ ଟୁଇଟ୍ କରିଛନ୍ତି। ଜାପାନର ମୋଟ ଜନସଂଖ୍ୟା ୧୨ କୋଟି ୩୯ ଲକ୍ଷ ହୋଇଥିବାବେଳେ ୨୦୨୩ରେ ସେଠାରେ ମାତ୍ର ୭ ଲକ୍ଷ ୨୭ ହଜାର ଶିଶୁ ଜନ୍ମ ହୋଇଥିଲେ । ଜାପାନରେ ପ୍ରଜଜନ ହାର ଏବେ ୧.୨୦ ପ୍ରତିଶତକୁ ହ୍ରାସ ପାଇଛି । ଜନସଂଖ୍ୟାରେ ସମତୁଲତା ରକ୍ଷା ପାଇଁ ୨.୧ ପ୍ରତିଶତ ପ୍ରଜଜନ ହାର ଆବଶ୍ୟକ ହୋଇଥାଏ ।

Breaking News