ରିପୋର୍ଟ କାର୍ଡ / ଭୁବନେଶ୍ଵର
ଆସନ୍ତା ଜୁନ୍ ୧୭ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ। ଏ ନେଇ ସପ୍ତାହେ ପୂର୍ବରୁ ପ୍ରସ୍ତୁତି କରାଯିବ। ଶ୍ରେଣୀ ଗୃହରୁ ନେଇ ଶୌଚାଳୟ ସବୁକୁ ପରିଷ୍କାର କରାଯିବ। ଏ ନେଇ ସମସ୍ତ ଡିଇଓଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦେଶ ଦିଆଯାଇଛି | ଶ୍ରେଣୀ ଗୃହ , କ୍ୟାମ୍ପସ ସଫା କରିବା ସହ ସ୍କୁଲ ପରିସରରେ ଥିବା ଅନାବନା ଗଛ ସବୁକୁ କଟାଯିବ। ଏପରିକି ମଧ୍ୟାହ୍ନ ଭୋଜନ ସାମଗ୍ରୀ ଏବଂ ପାନୀୟ ଜଳକୁ ମଧ୍ୟ ଗୁରୁତ୍ଵ ଦିଆଯିବ। ସ୍କୁଲ ଖୋଲିବାର ଦିନକ ପୂର୍ବରୁ ପାଚିକା ଏବଂ ସହାୟିକା ଆସିବେ। ୧୭ ତାରିଖରେ ସ୍କୁଲ ଖୋଲିବ କିନ୍ତୁ ସେଦିନ ପାଠପଢା ହେବନାହିଁ। ୧୮ ତାରିଖରୁ ପାଠପଢା ଆରମ୍ଭ ହେବ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ୧୭ ତାରିଖ ଦିନ ଜିଲ୍ଲା ପ୍ରକଳ୍ପ ଅଧିକାରୀ , ଡିଇଓ ଓ ବ୍ଲକ ଶିକ୍ଷା ଅଧିକାରୀ ବିଦ୍ୟାଳୟ ବୁଲି ସ୍ଥିତି ପରଖିବେ। ତେବେ ଚଳିତବର୍ଷ ଏପ୍ରିଲ ୨୫ ତାରିଖରୁ ଖରା ଛୁଟି ଆରମ୍ଭ ହୋଇଥିଲା।






More Stories
ଇସ୍ତଫା ଦାବି ଉପରେ ମୁହଁ ଖୋଲିଲେ ଧର୍ମେନ୍ଦ୍ର ପ୍ରଧାନ !…..
ମୋଦିଙ୍କୁ ମେସେଜ୍ ଦେଲେ ରାହୁଲ…..
ଅକ୍ଟୋବରରୁ ନୂଆ ଭୋଟର ତାଲିକା ପ୍ରସ୍ତୁତି…..