Report Card Odisha

| Daily Odia News

ତୀର୍ଥ ଯାତ୍ରୀ ବସ୍‌ ଉପରେ ଆତଙ୍କୀ ଆକ୍ରମଣ, ୧୦ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତୀର୍ଥ ଯାତ୍ରୀ ବସ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ ଗୁରୁତର ହୋଇଛନ୍ତି। ଏପରି ଘଟଣା ଜମ୍ମୁ-କଶ୍ମୀର ରାଜ୍ୟର ରିସି ଜିଲ୍ଲାରେ ଘଟିଛି। ତୀର୍ଥ ଯାତ୍ରୀମାନେ ଶିବଖେଡୀ ଗୁମ୍ଫା ଦର୍ଶନ କରି ବସ୍‌ରେ କଟ୍‌ରା ଫେରୁଥିଲେ। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬.୧୦ ମିନିଟ୍‌ ସମୟରେ ପୋନି ଅଞ୍ଚଳରେ ବସ୍‌ ଉପରକୁ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚାଳନା କରିଥିଲେ। ଗୁଳି ମାଡ଼ ପରେ ବସ୍‌ ଚାଳକ ଭୟଭୀତ ହୋଇପଡ଼ିଥିଲେ। ବସ୍‌ ସନ୍ତୁଳନ ହରାଇ ଘାଟିରେ ଖସି ପଡ଼ିଥିଲା। ଖବର ପାଇ ପୋଲିସ ଟିମ୍‌ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ନାରାୟଣ ମେଡ଼ିକାଲ୍‌ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ରିସି ଏସ୍‌ଏସ୍‌ପି ମୋହିତ ଶର୍ମାଙ୍କ କହିବା ଅନୁସାରେ ଗୁଳି ଚାଳନା ଯୋଗୁ ବସ୍‌ ଚାଳକ ଭାରସାମ୍ୟ ହରାଇଥିଲେ। ଯେଉଁଥିପାଇଁ ବସ୍‌ଟି ଖସି ପଡ଼ିଥିଲା। ମୃତକ ଓ ଆହତମାନେ ସ୍ଥାନୀୟ ଅଞ୍ଚଳର ନୁହେଁ। ଏମାନଙ୍କ ପରିଚୟ ମିଳିପାରି ନାହିଁ। ଏମାନେ ଉତ୍ତର ପ୍ରଦେଶର ବୋଲି ଅନୁମାନ କରାଯାଉଛି। ଆତଙ୍କୀ ହମ୍‌ଲା ପରେ ସର୍ଚ୍ଚ ଅପରେସନ୍‌ ଚାଲିଥିବା ଏସ୍‌ଏସ୍‌ପି କହିଛନ୍ତି।

Breaking News