ରିପୋର୍ଟ କାର୍ଡ / ଭୁବନେଶ୍ବର
ବସିବ ବିଜେପି ବିଧାୟକ ଦଳ ବୈଠକ | ସେଥିପାଇଁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ଭୂପିନ୍ଦର ଯାଦବ ପର୍ଯ୍ୟବେକ୍ଷକ ଭାବେ ଓଡ଼ିଶା ଆସୁଛନ୍ତି। କେନ୍ଦ୍ରୀୟ ବିଜେପି ସଂସଦୀୟ ବୋର୍ଡ ପକ୍ଷରୁ ଲ ସମାନଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଉଭୟ ବରିଷ୍ଠ ନେତା ୧୧ତାରିଖ ସୁଦ୍ଧା ଭୁବନେଶ୍ବରରେ ପହଞ୍ଚିବେ। ଆସନ୍ତା ୧୨ ତାରିଖରେ ରାଜ୍ୟରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ ଉତ୍ସବ ରହିଛି। ଏହି ଉତ୍ସବର ପୂର୍ବଦିନ ଅର୍ଥାତ୍ ୧୧ ତାରିଖରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକ ପାଇଁ ପର୍ଯ୍ୟବେକ୍ଷକ ଭାବେ ଦୁଇ କେନ୍ଦ୍ର ମନ୍ତ୍ରୀ ଆସୁଥିବା ଦଳ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହଙ୍କ ସ୍ବାକ୍ଷରରେ ଦଳ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି। ବୈଠକରେ ଉଭୟ ଉପସ୍ଥିତ ରହିବେ। ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ।






More Stories
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
୨୩ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା…..
ଗ୍ୟାସ୍ କିଣିପାରିବେ ଶ୍ରମିକ, ବିଦ୍ୟାର୍ଥୀ…..