Report Card Odisha

| Daily Odia News

ରିଏସି ଜିଲ୍ଲାରେ ତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନ ହାତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜମ୍ମୁ-କଶ୍ମୀରର ରିଏସି ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ ଆହତ ହୋଇଛନ୍ତି। ବିଶେଷ ସୂତ୍ରରୁ ଜଣାପଡିଛି କି ଏହି ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଛି। ଆତଙ୍କବାଦୀମାନଙ୍କ ବିଷୟରେ ଅଧିକରୁ ଅଧିକ ତଥ୍ୟ ଜାଣିବା ପାଇଁ ସର୍ଚ ଅପରେସନ କରାଯାଉଛି। ପୂରା ଜଙ୍ଗଲକୁ ଘେରାବନ୍ଦୀ କରି କମ୍ବିଂ ଅପରେସନ କରାଯାଉଛି । ଆତଙ୍କବାଦୀଙ୍କୁ ଖୋଜିବାକୁ ଡ୍ରୋନ ଓ ହେଲିକପ୍ଟରର ବ୍ୟବହାର କରୁଛନ୍ତି ଯବାନ। ଜମ୍ମୁ-କଶ୍ମୀରର ଡିଜାଷ୍ଟର ରେସପନ୍ସ ଟିମକୁ ମୁତୟନ କରାଯାଇଛି। ଏହି ଆକ୍ରମଣକୁ ନେଇ ଏବେ ଆହୁରି ନୂଆ ନୂଆ ତଥ୍ୟ ହସ୍ତଗତ ହୋଇଚାଲିଛି। ଜାଣିବାକୁ ମିଳିଛି ଯେ ଏହି ଆତଙ୍କବାଦୀ ଦଳ ପୂର୍ବରୁ ଗତକାସରେ ରାଜୌରୀ ଓ ପୁଞ୍ଚ୍‌ରେ ଆକ୍ରମଣ କରିସାରିଛନ୍ତି। ସୂଚନା ରହିଛି ଯେ ଏହି ଆତଙ୍କବାଦୀମାନେ ପାକିସ୍ତାନୀ ଓ ଏହିମାନେ ହିଁ ୨ ବ‌ର୍ଷ ହେବ ପିର୍‌ ପଞ୍ଚଲ ଅଞ୍ଚଳର ଦକ୍ଷିଣରେ ବସବାସ କରୁଛନ୍ତି। ରବିବାର ତୀର୍ଥ ଯାତ୍ରୀମାନେ ବୈଷ୍ଣୋଦେବୀ ଯାଉଥିବା ବେଳେ ଏହି ବସ ଉପକୁ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ । ଏହାପରେ ଭାରସାମ୍ୟ ହରାଇ ଖାଇକୁ ଖସିପଡ଼ିଥିଲା ବସ୍ । ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ୩୦ରୁ ଅଧିକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଲକ୍ସର ସହଯୋଗୀ ସଂଗଠନ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ସୂତ୍ରରୁ ଜଣାପଡ଼ିଛି । ଏହି ଆତଙ୍କବାଦୀମାନେ ପାକିସ୍ତାନରୁ ଭାରତକୁ ଅନୁପ୍ରବେଶ କରିଥିବା ସନ୍ଦେହ କରାଯାଉଛି ।

Breaking News