ରିପୋର୍ଟ କାର୍ଡ / ଭୁବନେଶ୍ବର
ଶପଥ ନେଉ ନେଉ ଆକ୍ସନ ମୋଡ଼ରେ ମୋହନ ସରକାର | ବୁଧବାର ଶପଥ ନେବାର କେଇ ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ୟାବିନେଟ୍ ବୈଠକ କରିଥିଲେ। ଏହି ବୈଠକରେ ୪ଟି ପ୍ରସ୍ତାବରେ ଶ୍ରୀମନ୍ଦିର ପାଇଁ ୨ଟି ଓ ଚାଷୀ ଓ ମହିଳାଙ୍କ ପାଇଁ ୨ଟି ଥିଲା। ମୁଖ୍ୟମନ୍ତ୍ରୀ ଗତକାଲି ଶ୍ରୀମନ୍ଦିରର ୪ଦ୍ବାର ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲାଳେ | ଆଜି ଶ୍ରୀମନ୍ଦିରର ୪ଦ୍ବାର ଖୋଲା ହୋଇଥିବା ବେଳେ ରାଜ୍ୟରୁ ଫାଇଭ୍-ଟି ବ୍ୟବସ୍ଥା ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଫାଇଭ୍-ଟି ସହ ମୋ ସରକାର ବୋର୍ଡ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ‘ଏକ୍ସ’ରେ ସୂଚନା ଦେଇଛନ୍ତି ।






More Stories
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ସୈନିକ ସ୍କୁଲ ରାସ୍ତାରେ ସିରିଜ ଦୁର୍ଘଟଣା,୨ ମୃତ…..
ମୋଦିଙ୍କ ଓଡ଼ିଶା ଗସ୍ତର କାର୍ଯ୍ୟସୂଚୀ…..