ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ ୟେଦୁରପ୍ପାଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି। ଆଜି ବେଙ୍ଗାଲୁରୁର ଏକ କୋର୍ଟ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ପୋକ୍ସୋ ନିୟମ ଅଧୀନରେ ରୁଜୁ ହୋଇଥିବା ଏକ ମାମଲା ଉପରେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି କୋର୍ଟ। ସୂଚନା ଅନୁସାରେ, ଜଣେ ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ୟେଦୁରପ୍ପାଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଗତକାଲି ସିଆଇଡି ତାଙ୍କୁ ନୋଟିସ୍ ଜାରି କରି ପଚରାଉଚରା ପାଇଁ ଡକାଇଥିଲା। କିନ୍ତୁ ୟେଦୁରପ୍ପା ତାଙ୍କ ଓକିଲଙ୍କ ଜରିଆରେ କହିଥିଲେ ଯେ, ବର୍ତ୍ତମାନ ସେ ଦିଲ୍ଲୀରେ ଅଛନ୍ତି, ତେଣୁ ତାଙ୍କୁ ଗୋଟିଏ ସପ୍ତାହ ସମୟ ଦିଆଯାଉ। କିନ୍ତୁ ବେଙ୍ଗାଲୁରୁର ଏକ କୋର୍ଟ ଏହି ମାମଲାରେ ତାଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି।






More Stories
ଭ୍ୟାନ୍ କୂଅକୁ ଖସି ୧୪ ମୃତ…..
ସୂଚନା ଅଧିକାର ଆଇନ ବ୍ୟବସାୟ ପାଲଟିଛି…..
ଓମାନ ତଟରେ ବୁଡିଲା ଭାରତୀୟ ଡଙ୍ଗା….