Report Card Odisha

| Daily Odia News

ଯବାନ-ନକ୍ସଲ ମୁହାଁମୁହିଁ,୪ ନକ୍ସଲ ନିହତ…..

ରିପୋର୍ଟ କାର୍ଡ / ରାଉରକେଲା

ଓଡ଼ିଶା-ଝାରଖଣ୍ଡ ସୀମାନ୍ତରେ ଯବାନ-ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୪ ନକ୍ସଲ ନିହତ ହୋଇଛନ୍ତି। ଏନକାଉଣ୍ଟରରେ ୧୦ ଲକ୍ଷ ଟଙ୍କା ପୁରସ୍କାର ଥିବା ଜୋନାଲ କମାଣ୍ଡରଙ୍କ ସମେତ ୪ ଜଣ ନକ୍ସଲ ନିହତ ହୋଇଛନ୍ତି। ଏହାଛଡ଼ା ୨ନକ୍ସଲଙ୍କୁ ଗିରଫ କରାଯାଇଛି। ଲିପୁଙ୍ଗାଠାରେ ନକ୍ସଲମାନଙ୍କୁ ଏନକାଉଣ୍ଟର କରାଯାଇଛି। ନିହତଙ୍କ ମଧ୍ୟରେ ଜଣେ ସବ-ଜୋନାଲ କମାଣ୍ଡର ଓ ଏରିଆ କମାଣ୍ଡରଙ୍କ ସହ ଜଣେ ମହିଳା ନକ୍ସଲ ଥିବା ଜଣାଯାଇଛି।ଜଣେ ମହିଳା ନକ୍ସଲଙ୍କ ସମେତ ଦୁଇଜଣ ନକ୍ସଲଙ୍କୁ ଗିରଫ କରାଯାଇଛି। ପଶ୍ଚିମ ସିଂହଭୂମର ଗୁଆ ପୋଲିସ ଷ୍ଟେସନ ଅଞ୍ଚଳର ଲିପୁଙ୍ଗାଠାରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ପଶ୍ଚିମ ସିଂହଭୂମ ପୁଲିସ ଅଧୀକ୍ଷକ (ଏସପି) ଆଶୁତୋଷ ଶେଖର ଏହି ମୁକାବିଲା ଏବଂ ନକ୍ସଲମାନଙ୍କ ହତ୍ୟାକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଆଜି ସକାଳେ ଜିଲ୍ଲାର ଗୁଆ ପୁଲିସ ଷ୍ଟେସନ ଅଞ୍ଚଳରେ ଅବସ୍ଥିତ ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ମୁକାବିଲାରେ ନକ୍ସଲମାନେ ବହୁ କ୍ଷତି ସହିଛନ୍ତି।ଘଟଣାସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ର, ନକ୍ସଲ ପୁସ୍ତିକା ଜବତ ହୋଇଛି।

Breaking News