ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ ନେତା ରାହୁଲ ଗାନ୍ଧି କେରଳର ୱାୟନାଡ ଲୋକସଭା ଆସନରୁ ଇସ୍ତଫା ଦେଇପାରନ୍ତି ଏବଂ ରାୟବରେଲିରୁ ସାଂସଦ ରହିବେ । ତେବେ ରାହୁଲ ଇସ୍ତଫା ଦେବା ପରେ ଓ୍ବାୟନାଡ ଆସନରୁ କିଏ ଲଢିବେ ତାହାକୁ ନେଇ କଂଗ୍ରେସରେ ଦ୍ବନ୍ଦ୍ବ ଜାରି ରହିଛି । ସୂତ୍ରରୁ ପ୍ରକାଶ ଯେ ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ୱାୟନାଡରୁ ନିର୍ବାଚନ ଲଢ଼ିବା ନେଇ କୌଣସି ଆଲୋଚନା ହୋଇନାହିଁ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଗତ ଲୋକସଭା ନିର୍ବାଚନରେ ୱାୟନାଡ ଏବଂ ରାଏବରେଲି ଆସନରୁ ବିଜୟୀ ହୋଇଥିଲେ। ଏହାକୁ ନେଇ ରାହୁଲ ଗାନ୍ଧି କହିସାରିଛନ୍ତି ଯେ ସେ ଦ୍ୱନ୍ଦ୍ୱରେ ଫସି ରହିଛନ୍ତି। ରାୟବରେଲି ଗାନ୍ଧୀ ପରିବାରର ପାରମ୍ପରିକ ଆସନ ହୋଇଥିବାବେଳେ ଏହାକୁ ରଖିବାକୁ ଚାହୁଁଛନ୍ତି ରାହୁଲ । ନିକଟରେ ରାହୁଲ ଗାନ୍ଧି ତାଙ୍କ ନିର୍ବାଚନ ମଣ୍ଡଳୀ ୱାୟନାଡ ଗସ୍ତ କରି ଭୋଟରଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ସମୟରେ ସେ କହିଥିଲେ, କେଉଁ ସିଟ୍ ରେ ରହିବେ ଓ କେଉଁ ସିଟ୍ ଛାଡ଼ିବେ ସେ ଦ୍ୱନ୍ଦ୍ୱରେ ଅଛନ୍ତି। ମୁଁ ଆଶା କରୁଛି ଯେ ସମସ୍ତେ ଯାହା ନିଷ୍ପତ୍ତି ନେବେ ସେଥିରେ ଖୁସି ହେବେ।






More Stories
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……
ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି……