ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ଆଜି ଘଡଘଡି ସହ ପ୍ରବଳ ବର୍ଷା ହୋଇଛି। ମୁକୁଳା ଡ୍ରେନରେ ଜଣେ ୮ ବର୍ଷର ନାବାଳକ ଭାସି ଯାଇଥିବା ଜଣାପଡିଛି। ଭୁବନେଶ୍ୱର ୟୁନିଟ ୩ ମସଜିଦ୍ କଲୋନୀ ପାଖ ଡ୍ରେନ୍ ରେ ଭାସି ଯାଇଥିବା ଜଣାପଡିଛି। ଭାସି ଯାଇଥିବା ନାବାଳକକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରିରହିଛି | ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ- ଡ୍ରେନରେ ଭାସିଯାଉଥିବା ବେଲୁନ କୁ ଆଣିବାପାଇଁ ଯାଇ ନାବାଳକ ଜଣଙ୍କ ଭାସି ଯାଇଥିବା ସୂଚନା ମିଳୁଛି |






More Stories
ପୁଣି ଲଘୁଚାପ ସମ୍ଭାବନା…..
ମିଛ ଲୁଟ୍ ନାଟକର ପର୍ଦ୍ଦାଫାସ,୪ ଗିରଫ……
୧୦ ଜିଲ୍ଲାରେ ହେବ ନିଯୁକ୍ତି……