ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କର୍ଣ୍ଣାଟକର ଚର୍ଚ୍ଚିତ ସେକ୍ସ ସ୍କାଣ୍ଟରେ ଫସିଥିବା ଜେଡିଏନ୍ ନେତା ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ମା’ ଭବାନୀ ରେଭାନ୍ନାଙ୍କୁ ଜାମିନ ମିଳିଛି । କର୍ଣ୍ଣାଟକ ହାଇକୋର୍ଟ ତାଙ୍କୁ ଅପହରଣ ମାମଲାରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ମୈସୁର ଏବଂ ହସନ ଜିଲ୍ଲା ଗସ୍ତ ନକରିବା ସର୍ତ୍ତ ଆଧାରରେ ତାଙ୍କୁ ଏହି ଜାମିନ ମିଳିଛି। ଭବାନୀ ରେଭାନ୍ନା ହେଉଛନ୍ତି ଏଚ୍ଡି ରେଭାନ୍ନାଙ୍କ ପତ୍ନୀ ଓ ହସନ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ମା’। ଯେଉଁ ମହିଳାଙ୍କୁ ପ୍ରଜ୍ଜ୍ୱଳ ରେଭାନ୍ନା ଯୌନ ଉତ୍ପୀଡନ କରିଥିଲେ ସେହି ମହିଳାଙ୍କୁ ଭବାନୀ ଅପହରଣ କରିଥିବା ଅଭିଯୋଗ ରହିଛି। ପୋଲିସରେ ଏଫ୍ଆଇଆର୍ ଦେବାରେ ଅଟକାଇବା ପାଇଁ ଉକ୍ତ ମହିଳାଙ୍କୁ ସେ ଅପରଣ କରିଥିବା ଦାବି କରାଯାଉଛି। ଏହା ପୂର୍ବରୁ ଭବାନୀ ଏହି ଅପହରଣ ମାମଲାର ମାଷ୍ଟରମାଇଣ୍ଡ ଅଟନ୍ତି ବୋଲି ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ରବି ଭର୍ମା କୁମାର କହିଥିଲେ। ଉଲେଖାଯୋଗ୍ୟ- କର୍ଣ୍ଣାଟକର ଏହି ଯୌନ ଉତ୍ପୀଡନ ମାମଲାରେ ପ୍ରଜ୍ଜ୍ୱଳଙ୍କ ବିରୋଧରେ ତଦନ୍ତ ପାଇଁ କର୍ଣ୍ଣାଟକ ସରକାର ଏସଆଇଟି ଗଠନ କରିଥିଲେ। ଅଦ୍ୟାବଧି ବିଭିନ୍ନ ଝିଅମାନଙ୍କ ସହିତ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ୨୫୦୦ରୁ ଅଧିକ ଅଶ୍ଳୀଳ ଭିଡିଓ କ୍ଲିପ ସାମ୍ନାକୁ ଆସିଥିବା ସୂଚନା ମିଳିଥିଲା। ତଦନ୍ତକାରୀ ସଂସ୍ଥା ଏକ ପେନ୍ ଡ୍ରାଇଭ୍ ପାଇଛି, ଯେଉଁଥିରେ ରେଭାନ୍ନା ସହ ଜଡିତ ଅଶ୍ଳୀଳ ଭିଡିଓ ରହିଛି। ଜେଡିଏସ୍ ନେତା ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବିରୋଧରେ ପୁଲିସ ଏପର୍ଯ୍ୟନ୍ତ ୩ଟି ପୃଥକ ମାମଲା ରୁଜୁ କରିଛି। ସେ ବର୍ତ୍ତମାନ ପୁଲିସ ହେପାଜତରେ ଅଛନ୍ତି।






More Stories
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….
ଅଟକ ନେତାଙ୍କୁ ଛାଡ଼ିବାକୁ ୱାଙ୍ଗଚୁକଙ୍କ ଚେତାବନୀ….
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..